କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶିବା ଘଟଣା : ସାମ୍ବାଦିକ ସମ୍ମିଳନୀରେ ନେତାଙ୍କ ଅସ୍ୱୀକାର 

 ରାଜନଗର: ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତର ସରପଞ୍ଚ, ପ୍ରାକ୍ତନ ସରପଞ୍ଚ ଓ ପଞ୍ଚାୟତ କଂଗ୍ରେସ ସଭାପତିଙ୍କ ସହ ତିନିଶହ କର୍ମୀ କଂଗ୍ରେସ ଦଳ ଛାଡି ବିଜୁ ଜନତାଦଳରେ ଜନତାଦଳରେ ସାମିଲ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏନେଇ କଂଗ୍ରେସ ଦଳର କୁରୁଂଟି ପଞ୍ଚାୟତ ସଭାପତି ରମାକାନ୍ତ ଜେନା, ସମ୍ପାଦକ ନିରଞ୍ଜନ ଖିଲାର, ସମିତି ସଭ୍ୟ ତଥା ଯୁବ କଂଗ୍ରେସ ନେତା ପ୍ରଶାନ୍ତକୁମାର ରାଉତ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଦାମୋଦର ବିଶ୍ୱାଳ, ବରିଷ୍ଠ କଂଗ୍ରେସ କର୍ମୀ ବୈ÷କୁଣ୍ଠବିହାରୀ ବିଶ୍ୱାଳ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିର୍ଛନ୍ତି । ତଥ୍ୟ ପ୍ରମାଣ ସହ ସେମାନେ ଦର୍ଶାଇଥିଲେ ଯେ, ୨୦୨୩ ମସିହା ଜୁନ ମାସ ୧୩ତାରିଖରେ ତକôାଳୀନ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ରକୁମାର ଜେନାଙ୍କ ୧୪ନମ୍ବର ଚିଠି ଅନୁଯାୟୀ କଂଗ୍ରେସ ଦଳ ସମର୍ଥିତ ସରପଞ୍ଚ ସଶ୍ମିତା ମହାନ୍ତି, ତାଙ୍କ ପ୍ରତିନିଧି ରଞ୍ଜନ କୁମାର ମହାନ୍ତି ଓ ତକôାଳୀନ ପଞ୍ଚାୟତ କଂଗ୍ରେସ ସଭାପତି ରତ୍ନାକର ଦାସଙ୍କୁ ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା । ସରପଞ୍ଚ ଓ ତାଙ୍କ ସ୍ୱାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତାଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସେହି ସମୟରେ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସହ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ପ୍ରଚାର କରିବାର ଫଟୋ ସାମ୍ବାଦିକଙ୍କୁ ପ୍ରଦାନ କରିଥିଲେ । ୨୦୨୪ ମସିହା ନିର୍ବାଚନରେ ବିଜେଡି ପାଇଁ ପ୍ରଚାର ପ୍ରସାର କରିଥିବା ବ୍ୟକ୍ତିମାନେ କିପରି କଂଗ୍ରେସ ଦଳର କର୍ମୀ ହେଲେ ବୋଲି ସେମାନେ ଓଲଟା ପ୍ରଶ୍ନ କରିଥିଲେ । ବିଜେଡି ଭାଙ୍ଗି ଯାଉଥିବା ବେଳେ କର୍ମୀମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ବିଜେଡି ନେତା ଏଭଳି ହିନ ପ୍ରୟାସ କରିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ । ନିର୍ବାଚନ ପରେ କୁରୁଂଟି ପଞ୍ଚାୟତର କୌଣସି କଂଗ୍ରେସ ନେତା ଓ କର୍ମୀ ଦଳ ଛାଡି ନାହାନ୍ତି କି ବିଜେଡିରେ ମିଶି ନାହାନ୍ତି ବୋଲି ପଞ୍ଚାୟତ କଂଗ୍ରେସ ସଭାପତି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।