ବିଶାଳ କୁଡୁମୀ ସମାବେଶ

 ସାରସକଣା : ପଡୋଶୀ ରାଜ୍ୟ ଝାରଖଣ୍ଡର ଚାକୁଳିଆ ପ୍ରଖଣ୍ଡ ଅନ୍ତର୍ଗତ ସିମଦୀ ଛକ ଠାରେ କୁଡୁମୀ ସେନା ଝାରଖଣ୍ଡ ଓ କୁଡୁମୀ ସେନା ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଏହି ସଭାରେ  ସହିଦ ସୁନୀଲ ମାହାତୋ ଝାରଖଣ୍ଡ ଆନେ୍ଦାଳନରେ ପ୍ରମୁଖ ଭୂମିକା ଓ ତାଙ୍କ ବଳିଦାନ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ । ଝାରଖଣ୍ଡ କୁଡୁମୀ ସେନାର ଅଧ୍ୟକ୍ଷ ଲାଲଟୁ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ  ମୁଖ୍ୟ ଅତିଥି ଭାବେ ବୋହରାଗଡା ବିଧାୟକ ସମୀର ମହାନ୍ତି ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି  ଭାବେ ଓଡିଶାର କୁଡୁମୀ ସେନା ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ସୁନୀଲ ମହାନ୍ତଙ୍କ ପନôୀ ସୁମନ ମହାନ୍ତ, ପଶ୍ଚିମବଙ୍ଗ କୁଡୁମୀ ସମାଜ ଅଧ୍ୟକ୍ଷ ରାଜେଶ ମହାନ୍ତ, କେଶବ ମହାନ୍ତ କମଳେଶ, ସୁନୀଲ ମହାନ୍ତ, ଓମ ପ୍ରକାଶ ମହାନ୍ତ ପ୍ରମୁଖ ବିଶିଷ୍ଟ ଅତିଥି ଯୋଗ ଦେଇ ସହିଦ ସୁନୀଲ ମାହାତୋଙ୍କ ଜାତି ପାଇଁ ତ୍ୟାଗ ଓ ଦେଶ ପାଇଁ ସେବା ମନୋଭାବକୁ ସ୍ମରଣ କରିଥିଲେ । ଏହି ସଭାରେ କୁଡୁମୀ ସେନାର ନିରଞ୍ଜନ ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, ବିରେନ୍ଦ୍ର ମହାନ୍ତ, ବିପିନ ମହାନ୍ତ, ବାଚୁ ମହାନ୍ତ କୁଡୁମୀ ଯୁବ ସେନାର ସାଇରାମ ମହାନ୍ତ, ବିଶ୍ୱନାଥ ମହାନ୍ତ, ମିଟୁ ମହାନ୍ତ, ମାନଗୋବିନ୍ଦ ମହାନ୍ତ,ଜଗଦୀଶ ମହାନ୍ତ, କାହ୍ନୁ ମହାନ୍ତ, କୁବେର ମହାନ୍ତ, ରବିନ୍ଦ୍ର ମହାନ୍ତ, ସୀତେଶ ମହାନ୍ତ, ଛାତ୍ର ସେନାର ବରୁଣ କୁମାର ମହାନ୍ତ, ଲିପୁନ ମହାନ୍ତ, କୁଡୁମୀ ମହିଳା ସେନାର ସୁଜାତା ମହାନ୍ତ, ସୁମନା ମହାନ୍ତ, ଶକୁନ୍ତଳା ମହାନ୍ତ, ଗୀତାଞ୍ଜଳି ମହାନ୍ତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଚକୁଳିଆ ଠାରେ ସହିଦ ସୁନୀଲ ମାହାତୋଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଉକ୍ତ  କାର୍ଯ୍ୟକ୍ରମରେ ଓଡିଶା, ଝାଡ଼ଖଣ୍ଡ, ବିହାର, ବେଙ୍ଗଲ, ଆସାମରୁ ବହୁ ମାତ୍ରରେ ସବୁ କୁଡୁମୀ ଭାଇ ଭଉଣୀ ଯୋଗଦାନ କରିଥିଲେ ।