ଡିଏନଏ ପ୍ଲେ ସ୍କୁଲର ବାର୍ଷିକୋତ୍ସବ

 କଟକ: ସ୍ଥାନୀୟ ସିଡିଏ ସେକ୍ଟର-୭ ସ୍ଥିତ ଡିଏନଏ ଜୁନିୟର ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସାଗରିକା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଗରପଡା ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ଜେନା ଯୋଗ ଦେଇ ପ୍ରାଥମିକସ୍ତରରେ ଶିଶୁମାନଙ୍କର ମାନସିକ ବିକାଶ ପାଇଁ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନେ ଯନôବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍କୁଲର ନିଦେ୍ର୍ଦଶକ ଇଂ ସୁମିତ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପୁରାତନ ପ୍ରଧାନଶିକ୍ଷକ ଏନ୍ଏସ ପ୍ରସାଦ, ଡିଏଭି ସ୍କୁଲର ପ୍ରାକ୍ତନ ଶିକ୍ଷୟିତ୍ରୀ ସି ସନ୍ଧ୍ୟା, ଓଡିଶା ଶାଖାର ରୋଟାରୀ ସଦସ୍ୟ ଯଜ୍ଞାଶୀଷ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରେମ ନିଶାନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘କଂସ ବଧ’ ନାଟକ ପରିବେଷଣ ହୋଇଥିଲା ।