ବିନା ଅଧ୍ୟକ୍ଷତାରେ ଚାଲିଛି ୯ଟି ମହାବିଦ୍ୟାଳୟ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡ ରେ ବିନା ଅଧ୍ୟକ୍ଷରେ ଚାଲିଛି ୯ ଗୋଟି ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟ ମାନଙ୍କରେ ବରିଷ୍ଠ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଭାରପ୍ରାପ୍ତ ଅଧକ୍ଷ୍ୟ ଦାୟିତ୍ୱରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅଧକ୍ଷ୍ୟ ପଦବୀ ଖାଲି ପଡିବା ସହିତ ବିଭିନ୍ନ ମହାବିଦ୍ୟାଳୟରେ ଅଧିକାଂଶ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆନନ୍ଦପୁର ମହାବିଦ୍ୟାଳୟ ୧୯୬୪ ମସିହାରେ ନିର୍ମିତ ହୋଇଥିବାବେଳେ ଏହି ମହାବିଦ୍ୟାଳୟ ସାରା ଜିଲ୍ଲାରେ ଦ୍ୱିତୀୟ ସର୍ବପୁରାତନ ମହାବିଦ୍ୟାଳୟ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ତେବେ ଦୁଃଖ ଏବଂ ପରିତାପର ବିଷୟ ଏହି ମହାବିଦ୍ୟାଳୟରେ ଦୀର୍ଘବର୍ଷ ଧରି ସ୍ଥାୟୀ ଅଧକ୍ଷ୍ୟ ନିଯୁକ୍ତି ହୋଇନଥିବାରୁ ଭାରପ୍ରାପ୍ତ ଅଧକ୍ଷରେ ମହାବିଦ୍ୟାଳୟ ଚାଲୁଛି । ସେହିପରି ଶାଳପଡା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ସାଇଁକୁଳ ସ୍ଥିତ ପତିତପାବନ ମହାବିଦ୍ୟାଳୟ, ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ସମେତ ବାତୋ, ଶାଳବାଣୀ, ଛେନାପଦୀ, ହାଟଡିହି ଏବଂ ସୋସ ମହାବିଦ୍ୟାଳୟ ମାନଙ୍କରେ ସ୍ଥାୟୀ ଅଧକ୍ଷ୍ୟ ନଥିବାରୁ ଭାରପ୍ରାପ୍ତ ଅଧକ୍ଷରେ ମହାବିଦ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଛି । ସେହିପରି ଏହି ସବୁ ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟାପକ ଏବଂ ଅଧ୍ୟାପିକା ପଦବୀ ଖାଲି ପଡିଥିବାରୁ ଅତିଥୀ ଅଧ୍ୟାପକ ଦ୍ୱାରା ଶିକ୍ଷାଦାନ ଚାଲୁଛି । ଯାହାଦ୍ୱାରା ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏନେଇ ନିଜର ଅଞ୍ଚଳରେ ରହୁଥିବା ବହୁ ବୁଦ୍ଧିଯୀବି କ୍ଷଭୋ ପ୍ରକାଶ କରିଛନ୍ତି । ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ଦେବରଞ୍ଜନ ସାହୁ କହିଛନ୍ତି ଶିକ୍ଷଣ ସାମଗ୍ରୀର ଅଭାବ ଏବଂ ଭିତ୍ତିଭୂମି ନଥିବାରୁ ଶିକ୍ଷାଦାନରେ ସମସ୍ୟା ହେଉଥିବା ସହ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ସରକାର ପିଲାଙ୍କ ଭବିଷ୍ୟତ ସହ ନଖେଳି ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାକୁ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି ।