କଂଗ୍ରେସର କ୍ୟାଣ୍ଡଲ ଶୋଭାଯାତ୍ରା
ଆସିକା : ଗଞ୍ଜାମ ଜିଲ୍ଲା ପକ୍ଷରୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନାରୀ ନିର୍ଯ୍ୟାତନା ବନ୍ଦ କରିବା ନେଇ ଆସିକା ଲୋକସଭା କ୍ଷେତ୍ରରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ହୋଇଥିଲା । ଗଞ୍ଜାମ ଜିଲ୍ଲା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ଶର୍ମାଙ୍କ ପରାମର୍ଶକ୍ରମେ କଂଗ୍ରେସ ଦଳର ଆସିକା ସାଂସଦ ପ୍ରାର୍ଥୀ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସର ଆଗ୍ରହୀ ଯୁବକ ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କଂଗ୍ରେସ କର୍ମୀମାନେ ଆସିକା ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରିୟାଂଶୁ ପରିଡା, ଅନେକ କଂଗ୍ରେସ ଦଳ କର୍ମକର୍ତ୍ତା ଯୋଗ ଦେଇଥିଲେ । ରାଜ୍ୟ ସରକାର ଏହି ମହିଳା ଓ ଯୁବତୀଙ୍କୁ ସୁରକ୍ଷା ନଦେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ନେଇ ଚେତାବନୀ ଦେଇଥିଲା ।