ଯାଜପୁରରେ ପିସିସିର ତଥ୍ୟ ଅନୁସନ୍ଧାନକାରୀ ଟିମ୍

ଯାଜପୁର ଟାଉନ:  ଶନିବାର ପିସିସି ତଥ୍ୟ ଅନୁସନ୍ଧାନକାରୀ କମିଟି ଯାଜପୁର ଗ୍ରସ୍ତରେ ଆସିଥିଲେ । ଆଠ ମାସର ବିଜେପି ସରକାର ସମୟରେ ସମଗ୍ର ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ଅତ୍ୟା·ର ଦ୍ରୁତ ଗତିରେ ବଢ଼ି·ଲିଥିବା ବେଳେ, ନାରୀ ଓ ନାବାଳିକା ସୁରକ୍ଷିତ ନୁହନ୍ତି । ଯାହାକି ସମଗ୍ର ରାଜ୍ୟରେ ନାରୀମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱରେ ପୂର୍ବତନ ବିଧାୟକ ସୁଜିତ୍ ପାଢ଼ି, ପୂର୍ବତନ ସାଂସଦ ନକୁଳ ନାୟକ, ସର୍ବଭାରତୀୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ସସ୍ମିତା ବେହେରା, ମାନସ ମଲ୍ଲିକ, ବରୀ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ପ୍ରମୁଖ ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତରେ ଘଟିଥିବା ଗର୍ଭବତୀ ନାବାଳିକାର ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଖବରଦାତାମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ଘଟଣାସ୍ଥଳ ପରିଦର୍ଶନ ସମୟରେ କମିଟି ସହିତ ଅପୂର୍ବ ସାମଲ, ମନୋଜ ଦାସ, ଦେବେନ୍ଦ୍ର ପ୍ରଧାନ, ସମୀର ନାୟକ, ପ୍ରଭୃତି ବହୁ କଂଗ୍ରେସ ନେତ୍ରୁବୃନ୍ଦମାନେ ଘଟଣାସ୍ଥଳକୁ ଯାଇଥିଲେ । ଏହା ପରେପରେ ଉକ୍ତ ତଥ୍ୟ ଅନୁସନ୍ଧାନକାରୀ କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସହ ଆଲୋଚନା କରିଥିଲେ । ଜିଲାରେ ଆଇନ ଶୃଙ୍ଖଳା ଏବଂ ବଢ଼ି ·ଲିଥିବା ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ପ୍ରତି ଉଦ୍ବେଗ ପ୍ରକାଶ କରିଥିଲେ । ଆରକ୍ଷୀଅଧିକ୍ଷକଙ୍କ ସାକ୍ଷାତ ସମୟରେ ଜିଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତ, ଦଳିତ ସେଲ୍ର ସଭାପତି ଦୁର୍ଯେ୍ୟାଧନ ବେହେରା, ଆଇନଜୀବୀ ବଟକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।