କନିକା ରେଞ୍ଜରେ ବିଶ୍ୱ ପରିବେଶ ଦିବସ
ରାଜନଗର: କନିକା ରେଂଜରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ରେଂଜ ଅନ୍ତର୍ଗତ ରାଜେଶ୍ୱରୀନଗର ବ୍ରାହ୍ମଣୀ ନଦୀପଠାରେ ସମୂହ ବନୀକରଣ କରାଯାଇଛି । କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ଏନ୍ସିସି କ୍ୟାଡର ଛାତ୍ରଛାତ୍ରୀମାନେ ଲୁଣାଜାତୀୟ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ବନସଂରକ୍ଷକ ଗଗନବିହାରୀ ମଲ୍ଲିକ ଓ ମାନସ ଦାସ ଯୋଗଦେଇ ଲୁଣା ଜଙ୍ଗଲ ସମ୍ବଦ୍ଧୀୟତଥ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଲକ୍ଷ୍ମୀଧର ବାରିକ, ନବୀନକୁମାର ମଲ୍ଲିକ, ଫରେଷ୍ଟଗାର୍ଡ ସୁନିଲ ରଞ୍ଜନ ରାଉତରାୟ, ବବୁଲ ପରିଡା, ସନ୍ଧ୍ୟାରାଣୀ ମଲ୍ଲିକ, ସତୀଶ ଲାକ୍ରା ଓ କର୍ମଚାରୀ ନିରାକାର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।