ଲୋହରାପାଲି  ବିଦ୍ୟାଳୟର ବାର୍ଷିକୋତ୍ସବ 

ନୂଆପଡା :  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲୋହରାପାଲି ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବଣିକ ସଂଘ ସଭାପତି ରଶ୍ମିରଞ୍ଜନ ଚଲାନ, ମୁଖ୍ୟବକ୍ତା ଭାବେ କବି ଆଦିତ୍ୟ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଇଓ କାହ୍ନୁଚରଣ ନାଏକ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା, ସାମ୍ବାଦିକ କୁନୁ କରୁଆଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ସ୍କୁଲର ଶିକ୍ଷକ ଜିତେନ୍ଦ୍ର ଦଣ୍ଡସେନା ବାର୍ଷିକ ବିବରଣୀ ପଠନ କରିଥିଲେ ।ପରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏ ଅବସରରେ ଦଶମ ଶ୍ରେଣୀ ଛାତ୍ର ଉକôର୍ଷ ରାଉତଙ୍କୁ ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଏହାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ମମତା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରୋଜାଳିନ ଶବର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଆରତୀ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଚିନ୍ମୟୀ ବେହେରା, ସଂଗୀତା ବେହେରା, ଦମୟନ୍ତୀ ସାହୁ, ଶିକ୍ଷକ ଚିନ୍ମୟ ମାଝୀ, ଭାଗିରଥି ଶବର, ଅନ୍ୟାନ୍ୟ କର୍ମଚାରୀ ଲୋକନାଥ ବେହେରା, ଜୟନ୍ତ କଠାର ପ୍ରମୁଖ ସହଯୋଗ କରିଥିଲେ ।