କବୟିତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ପାରାଦୀପ : ପାରାଦୀପର ଆଦର୍ଶ ଶିକ୍ଷୟତ୍ରୀ ତଥା କବୟିତ୍ରୀ ଶାନ୍ତିଲତା ଆଚାର୍ଯ୍ୟଙ୍କ ବିୟୋଗରେ ପାରାଦୀପ ପୋର୍ଟ ୱାକ୍ସରସ ୟୁନିୟନ ସମ୍ମିଳନୀ କକ୍ଷରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । କବୟିତ୍ରୀ ଗୋଲାପ ରାଣୀ ସାହୁଙ୍କ ପୌରୋହିତ୍ୟାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରମାଦେବୀ ମହିଳା ସମିତିର ସଦସ୍ୟା ଓ ଓଡିଶା ଲେଖିକା ସଂସଦର ସଦସ୍ୟା ବହୁ ସଂକ୍ଷାରେ ଯୋଗ ଦେଇଥିଲେ । କବୟିତ୍ରୀ ତୁଳସୀ ବରାଳ, ଆରତୀ ଦାସ, ନିହାରି ବାଳା ବାରିକ, ଟୁନି ଖୋଜି, ପ୍ରତିମା ସ୍ୱାଇଁ, କଳ୍ପନା ବେହେରା ପ୍ରମୁଖ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଡିÿଶା ଲେଖିକା ସଂସଦର ଆବାହିକା କବୟିତ୍ରୀ ହାରା ମଣି ମହାପାତ୍ରଙ୍କ ଶୋକ ବାର୍ତ୍ତା ପଠନ କରାଯାଇଥିଲା । ସ୍ୱର୍ଗତ ଶାନ୍ତିଲତା ଆଚାର୍ଯ୍ୟ ଓଡ଼ିଶା ଲେଖିକା ସଙ୍ଘର ସଦସ୍ୟା ଥିଲେ । କାର୍ଯ୍ୟକ୍ରମରେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ତୈଳ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କଳ୍ପନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।