ମା' ମଙ୍ଗଳାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

 ବରୀ : ଗୋଳକୁଣ୍ଡ ପଞ୍ଚାୟତ ସ୍ଥିତ ମା ମଙ୍ଗଳାଙ୍କ ପୀଠରେ ୯ ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଯଜ୍ଞ ପଣସଂକ୍ରାନ୍ତି ଠାରୁ ଆରମ୍ଭ ହେଇ ନବଦିନ ବ୍ୟାପି ବିଭିନ୍ନ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା ପ୍ରମୁଖ କାର୍ଯ୍ୟକ୍ରମ ଯଥା ବିଧି ସହକକ୍ଷରେ ପାଳନ କରାଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ ।