କମିଶନରେଟ୍ ପୁଲିସରେ ଚାଲିଛି କଣ ?

ଅପାରଗତ ଥାନା ଅଧିକାରୀଙ୍କୁ ନେଇ ମୁଖିଆ ବାହାବାହା, ବିଭିନ୍ନ ଥାନା ପାଲଟିଛି ଦଲାଲ ଖାନା, ରାଜଧାନୀରେ ନିଦ ହଜାଇଲେଣି ଅପରାଧୀ
ଭୁବନେଶ୍ୱର, ୧୭ା୯ : କମିଶନରେଟ୍ ପୁଲିସରେ ଚାଲିଛି କଣ ? ବିଭିନ୍ନ ଥାନାରେ ଅପାରଗତ ଅଧିକାରୀଙ୍କୁ ନେଇ ମୁଖିଆ ବାହାବାହା ନେଉଥିବା ବେଳେ ଥାନାରେ ଦିର୍ଘ ବର୍ଷ ଧରି ଗାଦିମାଡି ବସିଥିବା ଅଫିସର ଚଳାଉଛନ୍ତି ଥାନା । ଏମାନଙ୍କ ବଦଳି ନିୟମ ପାଲଟିଛି ଏକ ପ୍ରହସନ । ଗାଦିମଡାଙ୍କୁ ଡ଼ରୁଛନ୍ତି କି ମୁଖିଆ । କିଛିଦିନି ତଳେ ବିଭିନ୍ନ ଥାନାର ଗାଦିମଡାଙ୍କୁ ବଦଳି ହୋଇଥିବା ବେଳେ ପୁଣି ୨୫ ଦିନ ଭିତରେ ସେମାନଙ୍କୁ ସେମାନଙ୍କ ଇଛା ଅନୁଯାୟୀ ଦିଆଯାଇଛି ରାଜଧାନୀର ପୁରୁଣା ଥାନା । ଯାହାକୁ ନେଇ ଅଫିସରଙ୍କ ଭିତରେ ଦେଖାଯାଇଛି ଅସନ୍ତୋଷ । ବିଭିନ୍ନ ଥାନା ଅଞ୍ଚଳରୁ ପିସି କାରବାର ତୁଲାଇ ବଡ଼ବଡ଼ିଆ ଅଫିସରଙ୍କୁ ଖୁସି କରିବା ପାଇଁ ପୁଣି ବଦଳି ଅର୍ଡରରେ ଅଦଳ ବଦଳ କରାଯାଇଥିବା ବେଳେ ବିଭିନ୍ନ ଥାନାରୁ ବଦଳି ହୋଇଥିବା ଗାଦିମଡ଼ା ଅଫିସର ଏବେ ଥାନା ଛାଡିବାକୁ ଅମଙ୍ଗ । ସେହିଭଳି ଦିନକୁ ଦିନ ରାଜଧାନୀରେ ଅପରାଧ ବଢ଼ି ଚାଲିଥିବା ବେଳେ, ଥାନାର ଅଧିକାରୀମାନେ ସରକାରଙ୍କ ନିୟମକୁ ଫୁ କରି ସ୍ଥାନୀୟ ଦଲାଲଙ୍କ ସହ ହାତ ମିଳାଇ ଚଳାଇଛନ୍ତି ଜମି କାରବାର । ଯାହା ଜଣାପଡ଼ୁଛି କମିଶନରେଟ୍ ପୁଲିସର ସବୁ ନିୟମ ମିଛୁଆ ରାଧୁଆ ଗପ ଭଳି ଲାଗୁଛି । ଲଗାତାର ଭାବେ କମିଶନରେଟ୍ ପୁଲିସର ବିଭିନ୍ନ ଥାନା ବିରୋଧରେ ଲୋକଙ୍କ ଅଭିଯୋଗ ରହୁଥିବା ବେଳେ, କୌଣସି ପଦକ୍ଷେପ ନିଆଯାଉନଥିବା ଦେଖାଯାଉଛି । ଯାହାକୁ ନେଇ ଲୋକେ ଏଥର ମୁଖ୍ୟମନ୍ତ୍ରୀ ଓ ଡ଼ିଜିପିଙ୍କୁ ଦେଖା କରିବାକୁ ସିଧା ମନେକରୁଛନ୍ତି । ଏହାସହ ରାଜଧାନୀରେ ଘଟୁଥିବା ଅପରାଧ, ଲୁଟ୍, ଡକାୟତଙ୍କୁ ଧରିବାରେ ଅସଫଳ ହେଉଛି ପୁଲିସ ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ଆସିଲେ କିମ୍ବା ସିପି ଡ଼ିସିପି ବଦଳିଲେ କମିଶନରେଟ୍ ପୁଲିସରେ ବଦଳୁଛି ନିୟମ ଏବଂ ବଦଳୁଛନ୍ତି ଅଫିସର । ଏହାର କାରଣ ଯେଉଁ ମୁଖିଆ ଆସନ୍ତି ସେ ତାଙ୍କ ସହ ଖାପ ଖାଉଥିବା ଭଳି ଅଫିସରଙ୍କୁ ପାଖକୁ ଆଣିଥାନ୍ତି । ଯାହା ଫଳରେ ସେମାନଙ୍କ ଦ୍ୱାରା ଓ ସେମାନଙ୍କ ଇସାରାରେ ଚାଲିଥାଏ ଅଞ୍ଚଳର କାମ । କମିଶନରେଟ୍ ଆରମ୍ଭ ହେବା ଠାରୁ ଟୁଇନ୍ସିଟିରେ ଆଜି ପର୍କ୍ଷ୍ୟନ୍ତ ଗାଦିମାଡି ରହିଛନ୍ତି ବହୁ ଅଫିସର । ଏଠାରେ ରହି ଏସଆଇରୁ ଆଇଆଇସି, ଆଇଆଇସିରୁ ଏସିପି, ଏସିପିରୁ ଅତିରିକ୍ତ ଡ଼ିସିପି, ଡ଼ିସିପି ହୋଇ ଏଠାରୁ ସେଠାକୁ ସେଠାରୁ ଏଠାକୁ ବଦଳି ହୋଇ ପ୍ରହସନ ଚଲାଇଛନ୍ତି । ହେଲେ ୩ ବର୍ଷରୁ ଅଧିକ ହେଲେ ଜିଲ୍ଲା ବାହାରକୁ ବଦଳି ନିୟମକୁ ଫୁ କରାଯାଉଛି । ଏହାର କାରଣ, କମିଶନରେଟ୍ ପୁଲିସରେ ଯେଉଁ ମୁଖିଆ ପାଦ ଥାପିଲେ ତାଙ୍କୁ ନିଜ ଜାଲରେ ଫସାଇଲେ ଏହି ଗାଦିମଡା ଅଫିସର । ପରେ ସେମାନଙ୍କୁ ଯେମିତି ନଚାଇଲେ ମୁଖିଆ ସେମିତି ନାଚିବା ଆରମ୍ଭ କଲେ । ଏପଟେ ରାଜଧାନୀରେ ବଢ଼ି ଚାଲିଛି ଅପରାଧ, ଲୁଟ୍, ଡକାୟତ, ନିଶା କାରବାର । ଏହାସହ ମାଫିଆ, ଜମି ଦଲାଲ, ଠକ, ବାଲି ଚୋରା ଚାଲାଣକାରିଙ୍କ ମଧ୍ୟ ବଢ଼ିଛି ରାଜୁତି । ମାଫିଆଙ୍କ ସହ ହାତ ମିଶାଇଛନ୍ତି ବିଭିନ୍ନ ଥାନାରେ ଥିବା ଅଧିକାରୀ, ଗାଦିମଡ଼ା ଅଫିସର, ପିସିଆର କର୍ମଚାରୀ ଓ ଥାନାର ଡ୍ରାଇଭର । ଯାହାଫଳରେ ବଦନାମର ଛାପା ନେଉଛି କମିଶନରେଟ୍ ପୁଲି, କିନ୍ତୁ ସିପି ଡ଼ିସିପିଙ୍କ ମାଳମାଳ ଯୋଜନା,ମାଳମାଳ ନିୟମ ପଦାରେ ପଡ଼ି ହାଟରେ ଗଡିଲାଣି ।
କମିଶନରେଟ୍ ପୁଲିସରେ ଅପରାଧ, ନିଶା କାରବାରକୁ ନିପାତ କରିବା ସହ ନିଶାଡ଼ିଙ୍କୁ ସାବାଡ଼ କରିବା ଓ ବିଭିନ୍ନ ଥାନାରେ ଗାଦିମାଡି ରହିଥିବା ଅଫିସରଙ୍କୁ ବଦଳି କରିବା ହେଉଛି ମୁଖିଆଙ୍କ ମୂଳ ଲକ୍ଷ । ଏନେଇ ପ୍ରତେକ ଦିନ ପାଟ୍ରୋଲିଂ, ଚେକିଂ, ବ୍ଲକିଂ, ଡ୍ରଙ୍କନ ଡ୍ରାଇଭ୍ ଅଭିଯାନ ଚାଲିଛି । ଏହାସହ ଗତ ୬ ମାସ ଭିତରେ ସମସ୍ତ ଥାନାର ଅଫିସରଙ୍କୁ ବଦଳି କରାଯାଇ କଟକ ଓ ଭୁବନେଶ୍ୱରରେ ଥିବା ନିକଟସ୍ଥ ଥାନାକୁ ବଦଳି କରାଯାଇଥିଲା । ହେଲେ ଗାଦିମଡାଙ୍କୁ ଥାନା ଖାପ ଖାଉନଥିବାରୁ ପୁଣି ସେମାନଙ୍କୁ ନିଜ ହିସାବରେ ବଦଳି କରାଯାଇ ଥାନା ଦିଆଯାଇଥିବା ଦେଖିବାକୁ ମିଳୁଛି । କମିଶନରେଟ୍ ପୁଲିସରେ ଏଭଳି ମନମୁଖି କାମକୁ ନେଇ ଚର୍ଚ୍ଚା ହେବା ସହ କିଛି ଅଫିସରଙ୍କ ଭିତରେ ଅଲୋଚନା ଏବେ ଯୋର ଧରିଛି ।