ଶନିବାର ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ - କମିଶନରେଟ୍ ପୁଲିସର କଡ଼ାକଡ଼ି
ଭୁବନେଶ୍ୱର, ୨୪ା୫ : ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି ରାଜଧାନୀରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନିର୍ବାଚନକୁ ଆଖି ଆଗରେ ରଖି ତଥା ସହର ମଧ୍ୟରେ ଘଟୁଥିବା ବିଭିନ୍ନ ଅପରାଧକୁ ପ୍ରତିହତ କରିବା ନିମନ୍ତେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ସହରାଂଚଳ ପୁଲିସ ଜିଲ୍ଲା ତରଫରୁ ଗତକାଲି ଖାରବେଳନଗର ଥାନା, ଲିଙ୍ଗରାଜ ଥାନା, ଏୟାରପୋର୍ଟ ଥାନା, ତମାଣ୍ଡୋ ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ମଞ୍ଚେଶ୍ୱର ର୍ଥାନା, ନନ୍ଦନକାନନ ଥାନା ଓ ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକାଧିକ ଖଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ, ସର୍ବର୍ସାଧାରଣ ସ୍ଥାନରେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଧରପଗଡ ଅଭିଯାନ କରାଯାଇଥିଲା ।
ସେହିପରି ଗତ କିଛି ଦିନ ହେବ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ନିୟମିତ ଭାବେ ରାତ୍ରି କାଳିନ ଚେକି ଓ ବ୍ଲକିଂ କଡାକଡି ଭାବେ କରାଯିବା ସହ ବିଭିନ୍ନ ଥାନା ଅଂଚଳ ସମେତ ଟ୍ରାଫିକ ଥାନା ପୁଲିସ ମଧ୍ୟ ବିଭିନ୍ନ ଛକ ଓ ଟ୍ରାଫିକ ପଏଣ୍ଟ୍ରେ ନାକା ଲଗାଇ ଚେକିଂ ଜାରି ରଖାଯାଇଛି । ବିଶେଷ କରି ରାତ୍ରି କାଳିନ ସମୟରେ ନାକା ଚେକ୍ ବେଳେ ଟଙ୍କା କାରବାର, ମଦ କାରବାର, ଅସ୍ତ୍ରଶସ୍ତ୍ର କାରବାର, ବେଆଇନ ସାମଗ୍ରିକ ଓ ନିଶା କାରବାର ଭଳି ଜିନିଷ ଆଦିକୁ ତନ୍ନ ତନ୍ନ କରି ଚେକିଂ କରାଯାଇ ସନେ୍ଦହଜନକ କାରବାର ଆଦି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ୱର ସହରାଂଚଳରେ ଥିବା ସମସ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭିନ୍ନଭିନ୍ନ ଥାନା ଯଥା- କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଧଉଳି ଥାନା, ଲିଙ୍ଗରାଜ ଥାନା, ଏୟାରଫିଲ୍ଡ ଥାନା, ଏୟାରପୋର୍ଟ ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଇନଫୋଭାଲି ଥାନା, ବଡଗଡ ଥାନା, ଲକ୍ଷ୍ମୀସାଗର ଥାନା, ମୈତ୍ରୀବିହାର ଥାନା, ଚନ୍ଦ୍ରଶେଖରପୁର ଥାନା, ନନ୍ଦନକାନନ ଥାନା, ଚନ୍ଦକା ଥାନା, ତମଣ୍ଡୋ ଥାନା, ମଞ୍ଚେଶ୍ୱର ଥାନା ଓ ଇନଫୋସିଟି ଥାନା ସମସ୍ତ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ଧରପଗଡ କରାଯାଇଥିବା ବେଳେ ଏହି ଧରପଗଡ ଅଭିଯାନରେ ପୁଲିସ ଅଧିକାରୀ ଓ ଥାନା କର୍ମଚାରୀଙ୍କ ସମତେ ଟିମ୍ -୬୦, ସିଟିଏସ ଟିମ୍ ଏବଂ ୨୧ ସେକ୍ସନ ପୁଲିସ ର୍ଫୋସ ମଧ୍ୟ ସାମିଲ ହୋଇଥିଲେ । ବିଶେଷ କରି ଆସନ୍ତା ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ନିର୍ବାଚନକୁ ପ୍ରଭାବିତ କରୁଥିବା କିଛି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖା ଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ୱର ସହରାଂଚଳ ଅର୍ନ୍ତଗତ ରାତ୍ରି କାଳିନ ସମୟରେ ନାକା ଚେକ୍ ବେଳେ ଟଙ୍କା କାରବାର, ମଦ କାରବାର, ଅସ୍ତ୍ରଶସ୍ତ୍ର କାରବାର, ବେଆଇନ ସାମଗ୍ରୀକ ଓ ନିଶା କାରବାର ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୭୮ଟି ଓଡ଼ିଶା ସହରାଂଚଳ ପୁଲିସ ଆଇନ ଅନୁଯାୟୀ ଜୋରିମନା ଆଦାୟ କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ସର୍ବସାଧାରଣ ଜାଗାରେ ମଦ୍ୟପାନ କରିବା ଓ ମଦ୍ୟପାନ କରି ଗାଡି ଚାଳନ କରିବା ବିରୋଧରେ ଆଗକୁ ମଧ୍ୟ ଜାରି ରହିବ ।