କଲଭର୍ଟ ପାଇଁ ରାସ୍ତା ଖୋଳା ହେଉନି : କାର୍ଯ୍ୟ, ହନ୍ତସନ୍ତ ପଥଚାରୀ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କୋଲଣପୁର ଗ୍ରାମ ପଞ୍ଚାୟତ ୭ ନମ୍ବର କେନାଲ ପାଖରେ ଥିବା ରାସ୍ତାକୁ କଲଭର୍ଟ ନିର୍ମାଣ ପାଇଁ ଖୋଳାଯାଇଥିବାବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ଲୋକେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୬ନମ୍ବର ଓ ୭ ନମ୍ବର ୱାର୍ଡକୁ ଯିବା ଆସିବା କରିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ଥିଲା । ମାତ୍ର ରାସ୍ତା ଖୋଳା ଯିବା ଯୋଗୁଁ ଯାନବାହାନ, ଆମ୍ବୁଲାନ୍ସ, ଛାତ୍ରଛାତ୍ରୀ ଏବଂ ବାଟୋଇ ଯାଆସ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଠିକାଦାର କାର୍ଯ୍ୟ ଆଦେଶ ନ ପାଇ ଆଜିକୁ ୨୦ ଦିନ ହେବ ରାସ୍ତା ତାଡି ଦେଇଛନ୍ତି । ସେଠାରେ ଏକ କଲଭର୍ଟ ହେବା ପାଇଁ ମାହାଙ୍ଗା ବିଧାୟକ ୨ ଲକ୍ଷ ଟଙ୍କା ତାଙ୍କ ହାତ ପାଣ୍ଠିରୁ ଦେଇଛନ୍ତି । ଏହି କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କ ନାମରେ ଥିବାବେଳେ ବିଭାଗୀୟ ଅଧିକାରୀ ନ ଜାଣି କିପରି ଭାବରେ ତାଙ୍କର ଅଜାଣତରେ କାମ କରିବାକୁ ଆଶାୟୀ ଥିବା ବ୍ୟକ୍ତି ଖୋଳିଛନ୍ତି ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହି ପଂଚାୟତ ଦାୟିତ୍ୱରେ ଥିବା ଜେଇଙ୍କୁ ପଚାରିବାରୁ ସେ କହିଥିଲେ ଅନୁମତି ଆସିନଥିଲା । ଏବେ ଅନୁମତି ଆସିଛି, କାର୍ଯ୍ୟ କାଲିଠାରୁ ଆରମ୍ଭ ହେବ ବୋଲି କହିଥିଲେ । କିନ୍ତୁ ଜେଇଙ୍କର ଅଜାଣତରେ କିପରି ଭାବରେ ରାସ୍ତା ଖୋଳା ହେଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।