କଲେଜର ବାର୍ଷିକ କ୍ରୀଡ଼ା ଉଦ୍ୟାପିତ

 ସିଂହପୁର:ଖରସ୍ରୋତା ମହାବିଦ୍ୟାଳୟ ସିଂହପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବର୍କଲେଜ ଅଧ୍ୟକ୍ଷ ଉପେନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅତିଥି ଭାବେ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ ଯୋଗ ଦେଇ କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରିରୀକ ତଥା ମାନସିକ ବିକାଶ ତଥା ରାଷ୍ଟ୍ରର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । କ୍ରୀଡ଼ା ସମିତିର ସଂଯୋଜକ ଅଧ୍ୟାପକ ଗଗନ ବିହାରୀ ବେହେରା ସ୍ୱାଗତ ଅଭିଭାଷଣ, ଅଧ୍ୟାପକ ଜଳଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ମଙ୍ଗଳା ଚରଣ କରିଥିଲେ । ଅଧ୍ୟାପକ କମଳ କୁମାର ସେଠୀ, ଚନ୍ଦନ ପତି, ଅଧ୍ୟାପିକା ପୁଷ୍ପଲତା ଜେନା, କମ୍ପୁ୍ୟଟର ବିଭାଗର ରାଜେଶ କୁମାର ପୃଷ୍ଟି, ଅଧ୍ୟାପକ ଶ୍ରୀକାନ୍ତ ନାୟକ, ଚିତରଞ୍ଜନ ଗୁରୁ, ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ମିଶ୍ର, ଅରୁଣ ସାମଲ, ଅମ୍ବିକା ପ୍ରସାଦ ଜେନା, ଚିତରଞ୍ଜନ ସାହୁ, ଦୀପ୍ତିରଞ୍ଜନ ସେନାପତି, ବୈଭବ ନାୟକ, ରଜତ ସାହୁ, ବିବେକ ମେହେର, ନୀଳମଣି ମଲ୍ଲିକ, ସତ୍ୟବ୍ରତ ସେଠୀ, ପଦ୍ମନାଭ ବେହେରା, ଅଧ୍ୟାପିକା ଗାୟତ୍ରୀ ଧଳ, ରୋଜାଲିନି କୁଆର, ରୂପାଲୀ ମହାରଣା, ଅର୍ପିତା ସ୍ୱାଇଁ, ସୁଚସ୍ମିତ ନାୟକ, ମାମିନା ଆଚାର୍ଯ୍ୟ, ପ୍ରିତିରେଖା ଭୂୟାଁ ଓ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପକ କମଳ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।