ଡିଏଲଆର କର୍ମଚାରୀଙ୍କ ବିୟୋଗରେ ଶୋକ

 ପାରାଦୀପ : ପାରାଦୀପ ବନ୍ଦରର ଗୃହ ନିର୍ମାଣ ବିଭାଗ (ବିସି ଡିଭିଜନ)ରେ ଡିଏଲଆର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ନୃସିଂହ ଚରଣ ଦାସ (୫୩)ଙ୍କର ମେ’ ୧୩ ତାରିଖ ଦିନ ଚିକିସôାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି  । ତାଙ୍କ ବିୟୋଗରେ ପାରାଦୀପ ପୋର୍ଟ ଡିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟର ୱାର୍କମେନ ଆସୋସିଏସନ ପକ୍ଷରୁ ଏକ ଶୋକସଭା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି  । ଡିଏଲଆର ଆସୋସିଏସନର ସଭାପତି ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ କର୍ମକର୍ତ୍ତା ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ମିଶ୍ର, ଅନନ୍ତ କିଶୋର ମଲ୍ଲିକ, ମନ୍ମଥ ବେଉରା, ଧୃବ ଚରଣ ବେହେରା, ଧନେଶ୍ୱର ସାହୁଙ୍କ ସମେତ ବହୁ ଡିଏଲଆର କର୍ମଚାରୀ ଉପସ୍ଥିତ ରହି ସହଯୋଗୀ ସ୍ୱର୍ଗତ ନୃସିଂହ ଦାସଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ  । ଏହି ଅବସରରେ ସଭାପତି ଶ୍ରୀ ତ୍ରିପାଠୀ ମୃତକଙ୍କ ପରିବାରକୁ ସହାୟତା ଓ  ବିଧବା ପନôୀଙ୍କୁ ବନ୍ଦରରେ ନିଯୁକ୍ତି ଦେବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ  ।