କଲେଜର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଓ ବିଧାୟକ 

 ଭଦ୍ରକ:  ଭଦ୍ରକ ଚରମ୍ପା କଲେଜରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କଲେଜର ଛାତ୍ର ସଂସଦ ୪୪ତମ ବାର୍ଷିକ ଉତିସବରେ ଯୋଗଦେଇ ଲୋକଙ୍କ ମତାମତ ନେଇ ଆମ ସରକାର ନିଷ୍ପତ୍ତି ନେଉଛି । ଅଞ୍ଚଳର ସମସ୍ୟା ବିଷୟରେ ଲୋକଙ୍କ ଠାରୁ ଶୁଣି ତାହାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । ୧୬ ଟି ଶ୍ରେଣୀ ଗୃହ ଓ ୪ ଟି ଲବରୋଟେରୀ ଗୃହର ଶିଳନ୍ୟାସ କରିଛନ୍ତି । ବାରେଣ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାଏ, ଅଜୟ ନାୟକ, ମଳୟ ଜେନା, ଉପଦେଷ୍ଟା ଡ. ପ୍ରମୋଥ ପାଣି ଯୋଗ ଦେଇଥିଲେ । ଅଧ୍ୟକ୍ଷ ପ୍ରଫେସର ପିତାମ୍ବର ପାଣି ସଭାପତିତ୍ୱ କରିଥିବା ବେଳେ, ଡ. ସୁକାନ୍ତି ମହାପାତ୍ର ବିବରଣୀ ପାଠ କରିଥିଲେ  । ଏହି ଅବସରରେ କୃତୀ ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।