ଟେକ୍ସଟାଇଲ ପାର୍କ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଇଡକୋ ଇଡି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଳକର ପାହିମହୁରା ଅଧିଗୃହୀତ ଜମିରେ ଟେକ୍ସଟାଇଲ ପାର୍କ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଅନୁଧ୍ୟାନ କରିଛନ୍ତି ଇଡକୋ ଇଡି ସୁରେଶ ଦଳାଇ । ପାର୍କର ଭିତ୍ତିଭୂମି ନିର୍ମାଣ, ଜଳାଶୟ ସମସ୍ୟା ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ବିଚାର ବିମର୍ଶ କରିଥିବା ଜଣାଯାଇଛି । ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତ୍ୱନୁ କୁମାର ମହାନ୍ତି, ତହସିଲଦାର ରୋଜାଲିନ ବେହେରା, ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ପ୍ରମୁଖ ଇଡକୋ ଇଡିଙ୍କ ସହ ଅନୁଧ୍ୟାନ କରିଥିଲେ ।