ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ଜେନାଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଧର୍ମପତ୍ନୀ ହେମଲତା, ୩ ପୁତ୍ର ଦୁର୍ଯେ୍ୟାଧନ, ଉମେଷ, ଶଶିଭୂଷଣ, ନାତିନାତୁଣୀ ଉପସ୍ଥିତ ଥିଲେ । ଶିକ୍ଷାବିତ ହରିଶ୍ଚନ୍ଦ୍ର ଜେନା, ରତ୍ନାକର ବିଶ୍ୱାଳ, ଘନଶ୍ୟାମ ସାହୁ, ମାଧବଚନ୍ଦ୍ର ଜେନା, ଅକ୍ଷୟ ଜେନା, ଶାନ୍ତ୍ୱନୁ ଜେନା, ପ୍ରମୋଦ ପାଣିଗ୍ରାହୀ, ସମାଜସେବୀ ଦିପ୍ତିସୂର୍ଯ୍ୟ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ଭଗବାନ ଜୋନାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ପ୍ରଧାନଶିକ୍ଷକଙ୍କ ମରଶରୀରକୁ ନାଆମୀ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ଦୁର୍ଯେ୍ୟାଧନ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପ୍ରଧାନଶିକ୍ଷକ ବିଷ୍ଣୁପୁର, ବାବଲପୁର, ଖପୁରିଆପଦା, ଛଞ୍ଚôଣା, ଶଙ୍ଖୁଳା ଓ ନାଆମୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକତା କରି ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ । ତାଙ୍କ ମୃତୁ୍ୟରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।