ଚୋରାରେ ସାନିଟାରୀ ନାପ୍କିନ ବିକ୍ରି 

 ଚାନ୍ଦବାଲି:  ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଛି ଶିକ୍ଷକ ଏହି ଅର୍ଥ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଆବଶ୍ୟକୀୟ ଜିନିଷ ବାହାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅପର୍ତ୍ତୀ ଚରଣ ହାଇସ୍କୁଲରେ । ଅଭିଯୋଗ ମୁତାବକ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଙ୍କ ମାସିକ ଋତୁଶ୍ରାବ ପାଇଁ ନାପକିନ୍ ଯୋଗାଇ ଦେଉଥିବା ବେଳେ, ସେହି ନାକପିନକୁ ଶିକ୍ଷକମାନେ ଚୋରାରେ ବାହାରେ ବିକ୍ରି କରିବା ପାଇଁ ସ୍କୁଲରୁ ବାହାରକୁ ନେଉଥିବା ବେଳେ, ସ୍ଥାନୀୟ ଅଭିଭାବକ ନାକପିନର ଏକ ବସ୍ତା ଅଟକ ରଖିବା ସହିତ ସ୍ଥାନୀୟ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅବିଭାବକ ଲିଖିତ ଅଭିଯୋଗ କ୍ରମେ ଘଣ୍ଟେଶ୍ୱର ପୁଲିସ ନାକପିନ ବସ୍ତା ଓ ଶିକ୍ଷକଙ୍କୁ ଅଟକ ରଖି ଥିବା ଦେଖିବାକୁ ମିଳିଛି । ଏ ବିଷୟରେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜଙ୍କ ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ବଦଳି କରିଥିବା ଦେଖିବାକୁ ମିଳୁଛି ।