ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି
ତାଳଚେର : ତାଳଚେର ଉପଜିଲ୍ଲାପାଳ ସମୀର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ତହିଲଦାର ଆଲଫା ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ, ସହାୟକ ଜିଲ୍ଲାପାଳ ମାନସରଞ୍ଜନ ସେଠ, ସୂଚନା ଲୋକସମ୍ପର୍କ ଅଧିକାରୀ କାଳନ୍ଦୀ ସାହୁ ଓ ସିଭିଲଡ଼ିଫେନ୍ସ ଅଫିସର୍, ଶିକ୍ଷାଧିକାରୀ ତାଳଚେର ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକଶିକ୍ଷୟିତ୍ରୀ, ମହାବିଦ୍ୟାଳୟ ଅଧ୍ୟାପକଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ ସମୂହ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଏବଂ ଅଗଷ୍ଟ ୧୫ କିପରି ସୂଚାରୁରୂପେ କରାଯାଇ ପାରିବ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ଆବେଦନ କରିଥିଲେ ।