କଲେଜରେ ଇଂରାଜୀ ବିଭାଗର ଆଲୋଚନାଚକ୍ର
ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜ ଇଂରାଜୀ ବିଭାଗ ପକ୍ଷରୁ ଶୀର୍ଷକ "ଇଂରାଜୀ ସାହିତ୍ୟ ରେ ରୋମାଣ୍ଟିକ ଚେତନା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ପ୍ରଶାସନିକ ଅଧିକାରୀ ତଥା ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଡ. ସଂଜୀବ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶେଷଜ୍ଞ ଭାବେ ଡେରାବିଶ କଲେଜ ଇଂରାଜୀ ବିଭାଗ ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ୱଜିତ ସାହୁ ଯୋଗଦେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଶୀର୍ଷକ "ରାଜା ରାଓ ଙ୍କ କାନ୍ଥ ପୁରା ଉପନ୍ୟାସରେ ଗାନ୍ଧୀବାଦ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞ ଭାବେ ମହାକାଳପଡା ବାୟା ବାବା କଲେଜ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶରତ ଚନ୍ଦ୍ର ଦାସ ଯୋଗଦେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ଉଭୟ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ, ଡ. ସଂଜୀବ ଦାଶ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଡ. ଜୟନ୍ତ ମଲ୍ଲିକ, ଭାରତୀ ସାହୁ, ମିସ ଟୁଲୀ, ପ୍ରଦୋସ ଦାଶ, ଚନ୍ଦ୍ରକାନ୍ତ ରାଉତ, ଡ. ଅଜୟ କୁଣ୍ଡ, ଡ. ମିଥିଳା ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ଡ. ରଞ୍ଜନ ରଥ, ଡ. ପ୍ରଦୀପ ଦାସ, ପ୍ରଫେସର ସଞ୍ଜୟ ମହାନ୍ତି, ଶରତ ବାରିକ, ବିଶ୍ୱରଞ୍ଜନ ଦାସ, କେଶବ ସେଠି, କାର୍ତ୍ତିକ ଜେନା, ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ ଓ ଆକାଉଣ୍ଟଟାଣ୍ଟ ଜୟନ୍ତ ମଥାନ ପ୍ରମୁଖ ଯୋଗଦେଇଥିଲେ ।