ବ୍ୟବସାୟୀଙ୍କ ଠାରୁ ୭ କିଲୋ ଚାନ୍ଦି ଲୁଟ୍

ବୁଗୁଡ଼ା  : ବୁଗୁଡ଼ା ଥାନା ଅନ୍ତର୍ଗତ ମତାଝରି ଛକରେ ଜଣେ ରୁପା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୭ କିଲୋ ଓଜନର ରୁପା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି  । ଗାଁ ଗାଁ ବୁଲି ରୁପା ବ୍ୟବସାୟ କରୁଥିବା କରଚୁଲି ଗ୍ରାମର ନିତ୍ୟାନନ୍ଦ ନାୟକ (୬୦) ସବୁ ଦିନ ଭଳି ଆଜି ମଧ୍ୟ ବେପାର କରିବା ପାଇଁ ବାଇକ ଯୋଗେ ମତାଝରି ଗ୍ରାମକୁ ଯାଇଥିଲେ । ସେଠାରୁ ଫେରି ସକାଳ ପ୍ରାୟ ସାଢେ ୯ଟା ସମୟରେ ମତାଝରି ଛକରେ ଅଟକି ଥିଲେ । ସେହି ସମୟରେ ଏକ ପଲସର ବାଇକରେ ଦୁଇ ଜଣ ଯୁବକ ଆସି ସେଠାରେ ପହଞ୍ଚô ଥିଲେ  । ସେମାନଙ୍କ ମଧ୍ୟରୁ ଜଣେ ହେଲମେଣ୍ଟ ପିନ୍ଧିଥିଲା ଅନ୍ୟ ଜଣକ ଗୁଟଖା କିଣିବା ବାହାନାରେ ସେଠାରେ ଅଟକି ରହିଥିଲା । ନିତ୍ୟାନନ୍ଦ ଏ ସମୟରେ ବାଇକ ରଖି ପରିବା କିଣୁଥିବା ବେଳେ ଚାବି ନଥିବା ବାଇକ ଡ଼ିକିରେ ରଖିଥିବା ରୁପା ଅଳଙ୍କାର ବ୍ୟାଗକୁ ଲୁଟେରାମାନେ ନେଇ କରସିଂ ଆଡକୁ ଚମ୍ପଟ ମାରିଥିଲେ  । ନିତ୍ୟାନନ୍ଦ ସେମାନଙ୍କୁ ଗୋଡାଇ ଗୋଡାଇ କରସିଂ ପର୍ଯ୍ୟନ୍ତ ଯାଇଥିଲେ ହେଁ ସେମାନଙ୍କ ପତ୍ତା ପାଇ ପାରିନଥିଲେ  । ଶେଷରେ ନିରାଶ ହୋଇ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ କରସିଂ ଛକରେ ଲାଗିଥିବା ବିଭିନ୍ନ ସିସିଟିଭି ଯାଞ୍ଚ ସହ ତଦନ୍ତ କରୁଥିବା ଜଣାପଡିଛି  ।