ସର୍ଚ୍ଚ ଅପରେସନରେ ସାମିଲ ଥିଲେ ରାଜନଗରର ପୁଅ
ରାଜନଗର : ଭାରତୀୟ ସେନାର ଅପରେସନ ସିନ୍ଦୁର ପରେ ସେନା ବାହିନୀକୁ ନେଇ ଦେଶ ଗର୍ବ କରୁଛି । ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରି ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି ଭାରତୀୟ ସେନା । ବୀର ଯବାନମାନଙ୍କୁ ନେଇ କେବଳ ନିଜ ଅଞ୍ଚଳ ନୁହେଁ, ସମଗ୍ର ଦେଶ ଜୟଗାନ କରୁଛି । ଜାମ୍ମୁ-କାଶ୍ମିରୀର ପହଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ମାରି ଦେବା ପରେ ସେନା ବାହିନୀ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଯେଉଁ ସର୍ଚ୍ଚ ଅପରେସନରେ ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶୀକାନ୍ତ ବେଦୀ । ଏହି ଗାଁର ସଦାଶିବ ବେଦୀ ଓ ଶ୍ୟାମାମଣୀ ବେଦୀଙ୍କ ବଡପୁଅ ଶଶୀକାନ୍ତ । ୨୦୨୨ ମସିହାରେ ସୀମା ସୁରକ୍ଷା ବଳ(ବିଏସଏଫ)ରେ ଯୋଗ ଦିଅନ୍ତି । ଏବେ ସେ ଜାମ୍ମୁ-କାଶ୍ମିରୀର ବାରମୂଳା ସେକ୍ଟରରେ କାର୍ଯ୍ୟରତ । ପହରଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଆଜକୁ ୫ଦିନ ତଳେ ଶଶୀକାନ୍ତ ଫୋନ କରିଥିଲେ କହନ୍ତି ବାପା ସଦାଶିବ । ତାଙ୍କ କହିବାନୁଯାୟୀ, ଶଶୀକାନ୍ତଙ୍କ ସହ ସମସ୍ତ ସେନାବାହିନୀକୁ ସୀମାରେ ସଜାଗ କରିଦିଆଯାଇଛି । କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ । ବ୍ୟସ୍ତ ହେବ ନାହିଁ । ଉଭୟେ ବାପା ଓ ମାଙ୍କ ସହିତ କଥା ହୋଇଥିଲେ । ଉଭୟେ ପୁଅକୁ ମା ଜୟଦୂର୍ଗା ଓ ପ୍ରଭୁ ଜଗନ୍ନାଥ ତୋ ସହିତ ସମସ୍ତ ସୈ÷ନିକଙ୍କୁ ସହାୟ ହୁଅନ୍ତୁ । ଦେଶ ପାଇଁ ଲଢ ବୋଲି କହିଥିଲେ । ଏହି ଗାଁର ପ୍ରାକ୍ତନ ସରପଞ୍ଚ ରମେଶଚନ୍ଦ୍ର ବେହେରା ଶଶୀକାନ୍ତଙ୍କୁ ନେଇ ଗର୍ବ କରନ୍ତି । ଆମ ପଞ୍ଚାୟତ ବଡଆଡିଆ ଗାଁର ଶଶୀକାନ୍ତ ନୁହଁନ୍ତି, ଆସିଷ୍ଟାଟଂ କମାଣ୍ଡାଟଂ ଥିବା ପ୍ରିୟବ୍ରତ ବେହୁରା ସୀମା ସୁରକ୍ଷା ବଳୟ ଦାୟିତ୍ୱରେ ଥିବାରୁ ତାଙ୍କୁ ନେଇ ଆମେ ଗର୍ବିତ ବୋଲି କହିଛନ୍ତି । ପ୍ରିୟବ୍ରତଙ୍କ ସାନଭାଇ ପ୍ରୀତିରନ ବେହୁରା ବଡଭାଇଙ୍କ ସହିତ କଥା ହୋଇଥିଲେ । ଏବେ ଆମକୁ ଆଲର୍ଟ କରି ଦିଆଯାଇଛି । ସାମାଜିକ ଗଣମାଧ୍ୟମରେ କୈ÷ାଣସି ଡ୍ରେସ ଫଟୋ ଛାଡିବା, ଗଣମାଧ୍ୟମକୁ କୈ÷ାଣସି ସୂଚନା ସେ ଦେବେ ନାହିଁ ବୋଲି କହିଛନ୍ତିି । ଜାମ୍ମୁ-କାଶ୍ମିରୀରେ କାର୍ଯ୍ୟରତ ଦୁଇ ସୀମା ସୁରକ୍ଷା ବଳର ଯବାନଙ୍କ ପାଇଁ ସ୍ଥାନୀୟ ଅଂଚଳ ଲୋକେ ଗର୍ବ ଅନୁଭବ କରୁଛନ୍ତି । ଭାରତୀୟ ସେନାର ଅପରେସନ ସିନ୍ଦୁର ପରେ ଏମାନଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।