ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ
କେନ୍ଦ୍ରାପଡା : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋଲଖ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପ ସଭାପତି ସବିତା ଜେନାଙ୍କ ସହ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ ରାଜ୍ୟସ୍ତରରେ ମହାସଂଘ ତରଫରୁ ରାଷ୍ଟ୍ର, ଶିକ୍ଷା ଓ ଶିକ୍ଷକମାନଙ୍କ ପାଇଁ ନିଆଯାଉଥିବା ଅନେକ ଉନ୍ନତି ମୂଳକ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସଭାପତି ସୂଚନା ପ୍ରଦାନ କରିଥିଲେ । ବୈଠକରେ ସଭାପତି ଶ୍ରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମହାସଂଘର ଜିଲ୍ଲା ଶାଖାର କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଛି । ଉପଦେଷ୍ଟା ବିଦୁ୍ୟତ୍ ଖୁଣ୍ଟିଆ, ଜ୍ୟୋସ୍ନାରାଣୀ ଜେନା, ଜୟଦେବ ମଣ୍ଡଳ, ସୁକାନ୍ତ କୁମାର ତ୍ରିପାଠୀ, ଦିବାକର ବାରିକ, ସଂଗଠନର ସଂପାଦକ କନକ ଓଝା, ସଭାପତି ଭାବେ ପ୍ରମୋଦ କୁମାର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ରାଉତ, ଉପ ସଭାପତି ଅନିଲ କୁମାର ଦାସ, କମଳାକାନ୍ତ ସାହୁଙ୍କ ସହ ଅନ୍ୟ କର୍ମକର୍ତ୍ତାମାନଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ପ୍ରମୋଦ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।