ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ସହାୟତା

 ରାଜନଗର : ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ବିଷ୍ଣୁପଡା ଗ୍ରାମର ଅଙ୍କୁର ଚଣ୍ଡଙ୍କ ପୁଅ ଅରୁଣ ଚଣ୍ଡ ବାଙ୍ଗାଲୋରରେ ଟ୍ରେନ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଳି ବ୍ଲକ୍ ବଡାମ୍ୱିଳା ପଞ୍ଚାୟତ କଳଦିଆ ଗ୍ରାମର ଚକ୍ରଧର ଦାଶ ଏହି ଦୁଃଖଦ ପାଇ ଅରୁଣ ଚଣ୍ଡଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଚକ୍ରଧର ବାବୁ ନିଜ ପେନସନ ଟଙ୍କା ଅସହାୟ ଗରୀବଙ୍କ ସେବାରେ ବିନିଯୋଗ କରିଥାନ୍ତି । ଅରୁଣ ଚଣ୍ଡଙ୍କ ମେଡିକାଲ୍ ଚିକିସôା ନିମନ୍ତେ ଚକ୍ରଧର ଦାଶ ଆଜି ତାଙ୍କ ପରିବାରଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହୋଇ,ଘଟଣା ସମ୍ପର୍କରେ ସମସ୍ତ ପ୍ରକାରର ତଥ୍ୟ ବୁଝି,ଶୁଣି ବାଙ୍ଗାଲୋରରେ ଚିକିସôାଧୀନ ଥିବା ଅରୁଣ କୁମାର ଚଣ୍ଡଙ୍କ ଆକାଉଣ୍ଟକୁ ଫୋନ୍ ପେ ମାଧ୍ୟମରେ ୧୦,୦୦୦ ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି ।