ରେଲୱେ ଟି-୨୦ ପୁରୁଷ କ୍ରିକେଟ୍ ଚାମ୍ପିଅନସିପ୍ ଉଦ୍ଘାଟିତ 

 ଜଟଣୀ : ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଖୋର୍ଦ୍ଧାରୋଡ଼ ପକ୍ଷରୁ ଆୟୋଜିତ ୬୮ ତମ ଅଲ ଇଣ୍ଡିଆ ରେଲୱେ ଟି-୦ ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ ରେଲୱେ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜ୍ୱା ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପିକେ ବେହେରା, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଖୋର୍ଦ୍ଧାରୋଡ଼ ହିମାଦ୍ରି ଭୂଷଣ ବିଶ୍ୱାଳ ଏବଂ ଅନ୍ୟ ଶାଖା ଅଧିକାରୀମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୋଟ ୬ଟି ରେଲୱେ ଜୋନ୍ ଯଥା ଉତ୍ତର ମଧ୍ୟ ରେଲୱେ, ପୂର୍ବ ରେଲୱେ, ମେଟ୍ରୋ ରେଲୱେ, ପଶ୍ଚିମ ମଧ୍ୟ ରେଲୱେ, ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏବଂ ପୂର୍ବ ତଟ ରେଲୱେ, ଏହି ଏଲିଟ୍ ପୁଲ୍-ଏ ଲିଗ୍ ମ୍ୟାଚ୍ରେ ଅଂଶଗ୍ରହଣ କରୁଛନ୍ତି । ୪ ତାରିଖରୁରୁ ୧୦ ତାରିଖ ପର୍ଯ୍ୟନ୍ତ ୬ଟି ଜୋନ୍ ମଧ୍ୟରେ ମୋଟ ୧୫ଟି ଲିଗ୍ ମ୍ୟାଚ୍ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଅବସରରେ ଯୋଗ ଦେଇ ଶ୍ରୀ ବାଜ୍ୱା ଖେଳାଳିମାନଙ୍କ ସୁସ୍ଥ ଅଂଶଗ୍ରହଣ ପାଇଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଭାରତୀୟ ରେଳବାଇ, ବିଭିନ୍ନ ଜୋନର ୨୭ଟି ଦଳ ପାଇଁ ୪ଟି ବିଭିନ୍ନ ସ୍ଥାନରେ ଯଥା, ଖୋର୍ଦ୍ଧା ରୋଡ଼ରେ ପୁଲ୍-ଏ, କପୂରୁତାଲାରେ ପୁଲ୍-ବି, ପଟିଆଲାରେ ପୁଲ୍-ସି ଏବଂ ଗୌହାଟୀରେ ପୁଲ୍-ଡି ପାଇଁ ବିଭିନ୍ନ ଲିଗ୍ ମ୍ୟାଚ୍ ଆୟୋଜନ କରୁଛି । ପ୍ରଥମ ଲିଗ୍ ମ୍ୟାଚ୍ ପୂର୍ବତଟ ରେଲୱେ ଏବଂ ଉତ୍ତର ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବତଟ ରେଲୱେ ଏହି ମ୍ୟାଚ୍କୁ ୬ ରନରେ ଜିତିଥିଲା । ଇଷ୍ଟକୋଷ୍ଟ ରେଳବାଇର ଅଙ୍କିତ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ପିକେ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫିକୁ ପ୍ରଦାନ କରିଥିଲେ । ଦ୍ୱିତୀୟ ଲିଗ୍ ମ୍ୟାଚ୍ ପୂର୍ବ ରେଲୱେ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏହି ମ୍ୟାଚ୍କୁ ୭ୱିକେଟରେ ଜିତିଥିଲା । ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ଅମିତ୍ ମିଶ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।