ଭିଜିଲାନ୍ସ ଜାଲରେ ଡିଇଓ ଅଫିସ କିରାଣୀ
ାା ପ୍ରଭାନୁ୍ୟଜ ।ା ନୀଳଗିରି : ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ଅଫିସରେ କାର୍ଯ୍ୟରତ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏଥିସହିତ ତାଙ୍କର ବନ୍ଧୁବାନ୍ଧବ ଏବଂ ପୈତୃକ ଗ୍ରାମରେ ମିଶି ୬ ଗୋଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା । ସୂଚନା ଅନୁଯାୟୀ, ନୀଳଗିରି ଉପକଣ୍ଠ ଶେରଗଡ଼ ଛକରେ ଥିବା ପ୍ରଦୀପ ଦାସଙ୍କ ଘରେ ସକାଳ ସମୟରୁ ତାଙ୍କର ବାସ ଭବନ ଓ ମାର୍କେଟ କମ୍ପ୍ଲେକ୍ସର ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଉକ୍ତ ଚଢ଼ାଉ କରାଯାଇଛି । ଏକକାଳୀନ ୬ଟିସ୍ଥାନରେ ଭିଜିଲାନ୍ସର ଚଢ଼ାଉବେଳେ ୨ଜଣ ଅତିରିକ୍ତ ଏସ୍ପି, ୪ଜଣ ଡିଏସ୍ପି, ୭ଜଣ ଇନସ୍ପେକ୍ଟର, ୫ଜଣ ଏଏସ୍ଆଇଙ୍କ ସହିତ ଇନିସ୍ପେଟର ବଙ୍କିମ ବୱାଲ, ଆଡିସିନାଲ ଏସ୍ପି ହରେକୃଷ୍ଣ ମାଝୀ ଏହି ଚଢ଼ାଉ ବେଳେ ସାମିଲ ଥିଲେ । ନୂଆଗାଁ ପଞ୍ଚାୟତ ଭୁଁଇପଡା ଗ୍ରାମରେ ଥିବା ତାଙ୍କର ପୈତୃକ ସମ୍ପତି ପୁରୁଣା ଘର ଓ ସାଙ୍ଗ ଘର, ନୀଳଗିରି ଏନ୍ଏସି ଅନ୍ତର୍ଗତ କାହାଳିଆ ଗ୍ରାମରେ ଥିବା ଶ୍ୱଶୁର ଘର, ବର୍ତ୍ତମାନ ରହୁଥିବା ଅଙ୍ଗାରଗଡ଼ିଆ ସ୍ଥିତ ବାସ ଭବନ, ବାଲେଶ୍ୱର ଡିଇଓ ଅଫିସରେ ଥିବା ତାଙ୍କ ଚେମ୍ବର, ଶେରଗଡ଼ ପଞ୍ଚାୟତ ମଡଘଡ଼ା ସାହିରେ ଥିବା ଘର ଓ ମାର୍କେଟ କମ୍ପ୍ଲେକ୍ସ୍ସରେ ଚଢ଼ାଉ କରାଯାଇଥିଲା । ଶେରଗଡ଼ରେ ଥିବା ଦୁଇ ମହଲା କୋଠାଟି ନିଜ ନାମରେ ଥିବାବେଳେ ମାର୍କେଟ କମ୍ପ୍ଲେକ୍ସଟି ତାଙ୍କ ମାମୁଁ ପୁଅ କାର୍ତ୍ତିକ ପାଣିଗ୍ରାହୀଙ୍କ ନାମରେ କାଗଜ ପତ୍ର ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି କୁହାଯାଉଛି । ଅନ୍ୟ ଦିଗରେ କାର୍ତ୍ତିକ ପାଣିଗ୍ରାହୀ ଙ୍କ ନିଜ ଘର କୁଳିଗାଁ ଗ୍ରାମରେ ହୋଇଥିବାବେଳେ ସେ ଭୁଁଇପଡା ଗ୍ରାମରେ ଥିବା ପିଉସାଙ୍କ ଘରେ ରହୁଥିବାରୁ ସନେ୍ଦହ ପରିସରକୁ ଆସିଛି । ଏଥିସହିତ କାର୍ତ୍ତିକ ପେସାରେ ଜଣେ ମୋହରିର ହୋଇଥିଲେ ସୁଦ୍ଧା ଏତେ ଟଙ୍କାର ମାଲିକାନାର ତଥ୍ୟ ଖୋଜୁଛି ଭିଜିଲାନ୍ସ ବିଭାଗ । ଘଟଣାସ୍ଥଳରେ ପଞ୍ଚାଗଡ ରାଜସ୍ୱ ନିରୀକ୍ଷକ ଅଧିକ୍ଷକ ମଦନ ମୋହନ ବେହେରା ଉପସ୍ଥିତ ରହି ଦୁଇ ମହଲା କୋଠାର ସମସ୍ତ ପ୍ରମାଣ ବାହାର କରିବାରେ ସହଯୋଗ କରିଥିଲେ ।