୭ରେ ଗୋଶାଳାର ଶତବାର୍ଷିକୀ ଉତ୍ସବ

ାା ପ୍ରଭାନୁ୍ୟଜ ।ା  ସୋର: ସୋର ଗୋଶାଳାର ଶତ ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଗୋଶାଳା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମଲୋଚନ ଦ୍ୱିବେଦୀ, ଉପସଭାପତି ଦାମୋଦର ଦାସ ମହାପାତ୍ର, ସମ୍ପାଦକ ଡମ୍ବରୁ ଧର ନାୟକ ଉପସ୍ଥିତ ରହି ଗୋଶାଳାର ବାବଦରେ ଆଲୋଚନା କରିବା ସହିତ ସର୍ବପୁରାତନ ଏହି ଅନୁଷ୍ଠାନକୁ ଶହେ ବର୍ଷ ବିତି ଯାଇଥିବା ବେଳେ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ ୩୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ପଞ୍ଚଜଣ ଗୋ ସେବକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହା ସହିତ ଅନୁଷ୍ଠାନର ପତ୍ରିକା ନନ୍ଦିନୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବ । ଏହି କାର୍ଯ୍ୟକ୍ରମ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରବଚନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି । ଏଥିରେ ବହୁ ସଂଖ୍ୟକ ଗୋ ପ୍ରେମୀ ଏବଂ ସାଧାରଣ ଲୋକେ ଯୋଗଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।