ଚୋରକୁ ଧରିଲେ ଗ୍ରାମବାସୀ

ଧର୍ମଶାଳା  : ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଂଚଳରୁ ରାତିରେ ଗୋଚାଲାଣ ଉଦେ୍ଦଶ୍ୟରେ ଏକ ପିକ ଅପ ଭ୍ୟାନରେ ଗୋରୁ ଲୋଡ କରାଯାଉଥିବା  ସମୟରେ ଗ୍ରାମବାସୀମାନେ ଧରିନେଇ ଥିଲେ । ସୂଚନା ମୁତାବକ ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ ଗାଇ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଥିଲା । ଏହି ଘଟଣା ଉପରେ ପୁଲିସ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରି ନାହିଁ  । ତେବେ  ଗତ କାଲି ବିଳମ୍ୱିତ ରାତିରେ କିଛି ଯୁବକ କାଏମା ସ୍କୁଲ୍ ପଡ଼ିଆ ନିକଟରେ ଏକ ପିକପ୍ ଭ୍ୟାନରେ ଗୋରୁ ଲୋଡ କରୁଥିବା ଦେଖି ସ୍ଥାନୀୟ ଲୋକେ ଗଡିକୁ ଅଟକାଇଥିଲେ  ।  କେତେକ ଯୁବକ ଘଟଣା ସ୍ଥଳରୁ  ଖସି ଯାଇଥିବା ବେଳେ ଗ୍ରାମବାସୀମାନେ ଜଣକୁ କାବୁ କରିଥିଲେ  । ସେ ଏହି ଅଂଚଳରୁ ଦୁଇ ଶହରୁ ଉର୍ଦ୍ଧ୍ୱ ଗାଇ ଚୋରି କରି ନେଇ ଧର୍ମଶାଳା ଥାନା ନେଉଲପୁର ଅଂଚଳରେ ବିକ୍ରି କରୁଥିବା  ଏବଂ ଏହି ଘଟଣାରେ କାଏମା ଅଂଚଳର କିଛି ଯୁବକ ସମୃକ୍ତ ରହିଥିବା ସେ ସେ ସୂଚନା ଦେଇଥିଲା   । ପରେ ଗ୍ରାମବାସୀ ଉକ୍ତ ଯୁବକ କୁ ଧରି ପୁଲିସ ଜିମା ଦେଇଥିଲେ ।  ଧର୍ମଶାଳା ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।