‘କାବ୍ୟାଞ୍ଜଳି’ ସମାରୋହ ଉଦ୍ୟାପିତ

 ବିଞ୍ଝାରପୁର : ଭାରତରନô ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରୁଣେଶ୍ୱର କଲ୍ୟାଣ ମଣ୍ଡପ ଠାରେ କାବ୍ୟାଞ୍ଜଳି ପରିଷଦ ପକ୍ଷରୁ କାବ୍ୟାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବରୁଣେଶ୍ୱର ପୀଠ ଠାରେ ଦୀପଦାନ ଓ ତୈଳ ତର୍ପଣ ଅର୍ପଣ କରାଯାଇଥିଲା । ଆଜି ସର୍ବପ୍ରଥମେ ସ୍ୱର୍ଗତ ବାଜପାୟୀଙ୍କ ଫଟୋ ଚିତ୍ରରେ ମଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ପରେ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ ପରେ ସଭା ସହ କବିତା ପଠନ କରାଯାଇଥିଲା । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ବାଜପେୟୀଙ୍କ ଜୀବନୀ ଏବଂ ନୀତି ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଆଧ୍ୟାତ୍ମିକ ଓ ସାହିତ୍ୟ ଜଗତର ଜଣାଶୁଣା ଚେହେରା ଭୁବନାନନ୍ଦ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ସୁଧୀର ଜେନା, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଜ୍ୟୋତ୍ରୀମୟୀ ରାୟ, ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ବସନ୍ତ କୁମାର ସାହୁ, ନାରୀ କବି ଜୟନ୍ତୀ ଜେନା ପ୍ରମୁଖ ମଞ୍ଚସୀନ ହୋଇଥିଲେ । ପରିଷଦର ସଭାପତି ଗୋପାଳ ଚନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାରୀ ନେତ୍ରୀ ପ୍ରଭାତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୯ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମାଜସେବୀ ନିହାରକାନ୍ତ ସ୍ୱାଇଁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।