ପାହାଡ ପାଦ ଦେଶରେ ଝୁଲଣ ଯାତ୍ରା

 ଧର୍ମଶାଳା: : ଏହି ବ୍ଲକ ମିର୍ଜାପୁର ଲାଙ୍ଗୁଡ଼ି ସୁରକ୍ଷା ମଞ୍ଚ ଟ୍ରଷ୍ଟ ପକ୍ଷରୁ ନନ୍ଦ ଉତ୍ସବ ଓ ଝୁଲଣ ଯାତ୍ରା ଲାଙ୍ଗୁଡି ପାହାଡ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ମଞ୍ଚର ସମ୍ପାଦକ ଆଲୋକ ଜେନାସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନନ୍ଦ ଉତ୍ସବରେଜାରକା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭୁରଞ୍ଜନ ସାମ. ଇଂ ନରେନ କୁମାର ଜେନା, ଆଇନଜୀବୀ ଶ୍ୟାମପ୍ରସାଦ ଦାଶ, କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ଅବିନେଶ୍ୱର ଶତପଥୀ, ଗିରିଧାରୀ ବେହେରା ଓ କିଶୋର ଚନ୍ଦ୍ର ରାଉତ ଓ ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟକ ସୌରଭ ନାୟକ, ଅନୀଲ ଓ ସାଥୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ମଞ୍ଚର ସଭାପତି ବ୍ରଜମୋହନ ବିଶ୍ୱାଳ, ଉପ-ସଭାପତି ବ୍ରଜ କିଶୋର ମହାନ୍ତି, ଉପଦେଷ୍ଟା ସବ୍ୟସାଚୀ ପଣ୍ଡା,ସହ-ସମ୍ପାଦକ ପ୍ରଶାନ୍ତ କୁମାର ପୃଷ୍ଟି,ସଂଗଠନ ସମ୍ପାଦକ ସିପକ ଜେନାସାମନ୍ତ, ସାଂସ୍କୃତିକ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, ପରିଚାଳନା ସମ୍ପାଦକ ମହେଶ୍ୱର ରାଉତ,ଦୁବ ବାବା, ସଂଗଠନ ସମ୍ପାଦକ ଲାବଣ୍ୟ ଜେନା, ବିନୋଦ ବିହାରୀ ବଳ ଓ ଶକ୍ତିକାନ୍ତ ବଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ଜୟନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।