ଉକ୍ରଳ ସଂଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୩ା୧ : ଉକôଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମୃତ ଛାତ୍ରୀ ଜଣକ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଥିବା ବେଳେ, ତାଙ୍କ ନାମ ହେଉଛି  ଉକôଳିକା ସ୍ୱାଇଁ । ଉକôଳିକାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଚଢ଼େଇଆ ଅଞ୍ଚଳର । ସେ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ସେ ଏକ ୩ ଜଣିଆ ହଷ୍ଟେଲ ରୁମ୍ରେ ରହୁଥିଲେ । ଗତକାଲି ରାତିରେ ରୁମରେ କେହି ନ ଥିବା ବେଳେ ଉକôଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡିଥିଲେ । ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀମାନେ କବାଟ ବାଡେଇଥିଲେ । ମାତ୍ର କବାଟ ନ ଖୋଲିବାରୁ ଏନେଇ କ୍ୟାପିଟାଲ ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ପୁଲିସ ହଷ୍ଟେଲରେ ପହଞ୍ଚି କବାଟ ଭାଙ୍ଗି ଉକôଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା । ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ଅନ୍ୟପଟେ ପୁଲିସ ଏହା ପ୍ରେମ ଜନିତ ନା ରାଗିଂ ଘଟଣା ନା ପରୀକ୍ଷା ଚାପରେ ଛାତ୍ରୀ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ସେ ନେଇ ତଦନ୍ତ ଚଳାଇଛି ।
 ମୃତଦେହ ମିଳିବା ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଗୌର ମୋହନ ମହାନ୍ତି କହିଛନ୍ତି, ଏଠି ଏଭଳି କିଛି ସମସ୍ୟା ଆଗରୁ କେବେ ହୋଇନାହିଁ । ଆଜି ସକାଳୁ ୨୧ ନମ୍ବର ରୁମରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ୱାର୍ଡେନ ଖବର ଦେଇଥିଲେ । ଖବର ପାଇ ଦେଖିଲୁ ଓ ପୁଲିସକୁ ସଙ୍ଗେ ସଙ୍ଗେ ଖବର ଦେଲୁ । ହଷ୍ଟେଲର ଅନ୍ୟ ପିଲା ମାନେ ମଧ୍ୟ ତାଙ୍କୁ ସକାଳୁ ଦେଖିଛନ୍ତି । ସେ ସକାଳୁ ରୁମ ବାହାରକୁ ଆସି ଫିଲ୍ଟରରୁ ପାଣି ନେଇଥିଲେ । ସକାଳେ କ୍ଲାସ ଯିବା ପାଇଁ ଯେତେବେଳେ ପିଲା ଡାକିଛନ୍ତି ସେତେବେଳେ ତାଙ୍କ ରୁମର କବାଟ ବାଡେଇବା ପରେ କବାଟ ଖୋଲି ନଥିଲେ । ସେ ଶୋଇପଡ଼ିଥିବା ଭାବି ଅନ୍ୟ ସହପାଠୀ ମାନେ କବାଟକୁ ଧକ୍କା ମାରିବା ପରେ କବାଟ ଖୋଲିଥିଲା । ପରେ ଦେଖିଲା ବେଳକୁ ଉକ୍ରଳୀକାଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲୁ । ଗତକାଲି ତାଙ୍କର ପରିକ୍ଷା ମଧ୍ୟ ସରିଥିଲା । ସେ ଘରକୁ ଯିବାର ଥିଲା କ'ଣ ହେଲା କେଜାଣି ଆଜି ଏମିତି ଘଟଣା ଦେଖିବାକୁ ମିଳିଛି । ସେ ଗତ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ ।