ଏଚପିଭି-କର୍କଟ ଜନ ସଚେତନତା ଅଭିଯାନ ଆରମ୍ଭ
ଭୁବନେଶ୍ୱର : ସେରମ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ନେତୃତ୍ୱରେ ଭୁବନେଶ୍ୱରରେ "କନକୋର ଏଚପିଭିଏବଂ କ୍ୟାନସର କନକ୍ଲେଭ ୨୦୨୫ ଆରମ୍ଭ ହୋଇଛି । ଭାରତ ଏଚପିଭି ସମ୍ବନ୍ଧୀୟ ରୋଗ, ବିଶେଷକରି ଗର୍ଭାଶୟ କର୍କଟ ରୋଗର ଭାର ବହନ କରୁଛି, ଯାହା ଦେଶର ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ହୋଇ ରହିଛି । ଏଚପିଭିଏବଂ କର୍କଟ ଉପରେ ଆଇସିଓ /ଆଇଏଆରସି ସୂଚନା କେନ୍ଦ୍ର (୨୦୨୩) ଅନୁଯାୟୀ, ଭାରତରେ ବାର୍ଷିକ ୧.୨୩ ଲକ୍ଷରୁ ଅଧିକ ନୂତନ ଗର୍ଭାଶୟ କର୍କଟ ମାମଲା ଏବଂ ୭୭,୦୦୦ ରୁ ଅଧିକ ମୃତୁ୍ୟ ରିପୋର୍ଟ ହେଉଛି । ଏହା ବ୍ୟତୀତ ପାଖାପାଖି ୯୦% ମଳ କର୍କଟ ଏବଂ ୬୩% ଲିଙ୍ଗ କର୍କଟ ଏଚପିଭିସହିତ ଜଡିତ । ଏହି କାର୍ଯ୍ୟକ୍ରମରେ ଏସସିବି ମେଡିକାଲ୍ କଲେଜର ପ୍ରସୂତି ଏବଂ ସ୍ତ୍ରୀରୋଗ ବିଜ୍ଞାନ ବିଭାଗ, , ଡ. ତୁଷାର କର, ଏଏଚପିଜିଆଇସ,ସ୍ତ୍ରୀ ରୋଗ ଅଙ୍କଲୋଜି ବିଭାଗ ଡକ୍ଟର ଭାଗ୍ୟଲକ୍ଷ୍ମୀ ନାୟକ, ଆଇଏମଏସ ପ୍ରଫେସର ଡକ୍ଟର ମୃତୁ୍ୟଞ୍ଜୟ ଦାଶ, କିଶୋରୀ ହସ୍ପିଟାଲ ଏବଂ ଆଇଭିଏଫର ନିଦେ୍ର୍ଦଶକ ଏବଂ ମୁଖ୍ୟ ପ୍ରଜନନ ପରାମର୍ଶଦାତା ଡ. ପ୍ୟାରିଲାଲ ତ୍ରିପାଠୀ, ସମ୍ଭବ, ପ୍ରତିଷ୍ଠାତା ଏବଂ ନିଦେ୍ର୍ଦଶକ ଡକ୍ଟର ସୁସୃତ ଦାସ ଏହି ଅଧିବେଶନକୁ କଟକ ଶିଶୁରୋଗ ବିଭାଗର ପ୍ରଫେସର ଡ. ସୁନୀଲ କୁମାର ଅଗ୍ରୱାଲ ପରିଚାଳନା କରିଥିଲେ । ଏଚପିଭିକେବଳ ଗର୍ଭାଶୟ କର୍କଟ ପର୍ଯ୍ୟନ୍ତ ସୀମିତ ନୁହେଁ । ଏହା ଭଲଭା, ଯୋନି, ମଳଦ୍ୱାର, ଯୌନାଙ୍ଗ ଏବଂ ଓରୋଫାରିଙ୍କସର କର୍କଟ ସହିତ ମଧ୍ୟ ଜଡିତ, ଯାହା ପୁରୁଷ ଏବଂ ମହିଳା ଉଭୟଙ୍କୁ ପ୍ରଭାବିତ କରେ । ୧୫ ରୁ ୨୫ ବର୍ଷ ବୟସ ମଧ୍ୟରେ ଏଚପିଭି ସଂକ୍ରମଣର ସର୍ବାଧିକ ପରିମାଣରେ ଘଟୁଥିବାରୁ, ପ୍ରାରମ୍ଭିକ ସଚେତନତା ଏବଂ ସମୟୋଚିତ ପ୍ରତିରୋଧକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଥିଲେ । ସେରମ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପରାଗ ଦେଶମୁଖ କହିଛନ୍ତି "ଦେଶବ୍ୟାପୀ ଆୟୋଜିତ ଏହି ସମ୍ମିଳନୀ ମାଧ୍ୟମରେ, ଆମେ ହୁ୍ୟମାନପାପିଲୋମାଭାଇରସ୍ (ଏଚପିଭି) ଏବଂ ସର୍ଭାଇକାଲ୍ ଏବଂ ଅନ୍ୟାନ୍ୟ କର୍କଟ ରୋଗ ସହିତ ଏହାର ସମ୍ପର୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଚିକିସôା ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଏକତ୍ରିତ କରି, ଫୋରମ୍ ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରତିରୋଧ ପାଇଁ ଆଲୋଚନା ଏବଂ ବ୍ୟବହାରିକ ପଦକ୍ଷେପକୁ ଉସôାହିତ କରିବାକୁ ପ୍ରୟାସ କରିଛୁ ।