କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ
ନୀଳଗିରି : କୂଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଥିଲା ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ପଶୁପକ୍ଷୀ ସୁରକ୍ଷିତ ନୁହନ୍ତି । ମଙ୍ଗଳବାର ଦିନ ଅଭୟାରଣ୍ୟ ମଧ୍ୟରେ ଏକ ହାତୀର ଗଳିତଶବ ବନବିଭାଗ ଠାବ କରିଥିଲା । ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କୁ ରୋକ୍ ଦେବାପାଇଁ କୁଳଡିହା ରେଞ୍ଜର ସୁବ୍ରତ ବେହେରା ଶିକାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା ବେଳେ ବୁଧବାର ସକାଳେ ହୁଡ଼ିସାହି ଗ୍ରାମର ଦାଶରଥି ସିଂ(୪୨) ଙ୍କ ଘରେ ଚଢ଼ାଉ କରିଥିଲେ । ତା ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଧନୁତୀର ଏବଂ ଗୋଳାବାରୁଦ ଜବତ କରିବା ସହିତ ଦାଶରଥିକୁ ଗିରଫ କରିଥିଲେ । ତେବେ ହାତୀମୃତୁ୍ୟ ଘଟଣାରେ ଦାଶରଥି ସିଂଙ୍କର ସଂପୃକ୍ତିକୁ ନେଇ ବନବିଭାଗ ଖୋଳତାଡ଼ ଜାରିରଖିଛି ।