କାରଗିଲ ବିଜୟ ଦିବସ
ବ୍ୟାସନଗର: ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନିର୍ବାଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନ ସୂଚକ ବ୍ୟାଜ୍ ପ୍ରଦାନ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେନାପୁର ଆଇଆଇସି ନିରୁପମା ଜେନା ଯୋଗ ଦେଇ ବିଦ୍ୟାଳୟର ନିର୍ବାଚନୀ ପ୍ରକ୍ରିୟାର ମହତ୍ୱ ଓ ଦାଇତ୍ୱ ସମ୍ପର୍କରେ ନିଜର ମତ ପିଲାମାନଙ୍କ ସମ୍ମୁଖରେ ରଖିଥିଲେ । ବିଭିନ୍ନ ପଦପଦବୀ ଯଥା ହେଡ଼ ବୟ ବିଶ୍ୱଜିତ ଦାସ, ହେଡ ଗର୍ଲ ସାନବି ଚନ୍ଦା, କମାଣ୍ଡର ଦବସ୍ନାତ୍ ଦାସ ଶାନ୍ତି ଶୃଙ୍ଖଳା, ପ୍ରାର୍ଥନାସଭା, କ୍ରୀଡା, ଗତିବିଧି ଆଦିରେ ଶତ ପ୍ରତିଶତ ଭୋଟ ଗ୍ରହଣ କରି ବିଜୟୀ ହାସଲ କରିଥିବା ସଦସ୍ୟଙ୍କୁ ତାଙ୍କର ଦାୟିତ୍ୱ ପ୍ରଦାନ ସହ ନାମ ପଦକ ପ୍ରଦାନ କରାଯାଇଥିଲା । ସମସ୍ତେ ନିଜ ନିଜର ଦାଇତ୍ୱ କିପରି ତୁଲାଇବେ ସେଥି ନିମନ୍ତେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ, ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ, ନିର୍ବାଚନ ଅଧିକାରୀ ପଦରେ ଥିବା ବିଦ୍ୟାଧର ପରିଡ଼ା, ସତ୍ୟନାରାୟଣ ପଣ୍ଡାଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ପ୍ରତି ଦୃଷ୍ଟି ରଖି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲରୋଲର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା, ସପନ ବାନାର୍ଜୀ, ଦୀପକ ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା, ପ୍ରଶାନ୍ତ ରଣା, ମଦନ ମୋହନ ମଲ୍ଲିକ, ବିଶ୍ୱରଂଜନ ଦିବେଦି, ସୁଚିତ୍ରା ମନ୍ତ୍ରୀ, ଶିବରାଜ ରାଉତ, ସନ୍ତୋଷ ନାୟକ, ପ୍ରମିଳା ବେହୁରା, ଅନିନ୍ଦିତା ବେହୁରା, ସୁକାନ୍ତ ପାତ୍ର, କାଳୀ ଚରଣ ବାସ୍କେ, ସନ୍ଧ୍ୟାରାଣୀ ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।