ବେଫିକର ରାଜପଥ କର୍ତ୍ତୃପକ୍ଷ: ସୁକିନ୍ଦା ଛକ ରାସ୍ତା ପାଲଟିଛି ମରଣଯନ୍ତା
ସୁକିନ୍ଦା : ଡ଼ୁବୁରୀ-କାମାକ୍ଷା ୫୩ନଂ ଜାତୀୟ ରାଜପଥ ଲୋକାର୍ପିିତ ହେବାକୁ ବର୍ଷ ପୁରିଲାଣି । କିନ୍ତୁ ଏହି ରାଜପଥର ସୁକିନ୍ଦା ଛକ ରାସ୍ତା ଅସପୂର୍ଣ୍ଣ ହୋଇପଡ଼ିଛି । ଯାହା ଫଳରେ ଗାଡ଼ିମୋଟର ଠାରୁ ଆରମ୍ଭ କରି ବାଇକ ଆରୋହି ସର୍ଭର୍ିସ ରୋଡରେ ଯାତାୟାତ ହେଉଛି । କିଛି ଦିନ ହେବ ସର୍ଭିସ ରୋଡରେ ବଡ଼ବଡ଼ ଗାଡ ହୋଇଯିବାରୁ ଦୈନିକ ଦୁର୍ଘଟଣା ଘଟୁଛି । ରାସ୍ତା ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ ଦୁଇ ଚକିଆ, ଚାରି ଚକିଆ ଯିବା ଦୂରର କଥା ଟ୍ରକ୍ ମଧ୍ୟ ଯାଇପାରୁନାହିଁ । ସେହି ଗାଡ଼ରେ କୌଣସି ଗାଡ଼ି ଫସିଲେ ଯାତାୟାତ ସମ୍ପୂର୍ଣ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ସୁକିନ୍ଦା ଛକର ଉଭୟ ପାର୍ଶ୍ୱ ସର୍ଭିର୍ସ ରୋଡରୁ ଜାତୀୟ ରାଜପଥ ସଂଯୋଗ ସ୍ଥାନରେ ଆବଶ୍ୟକୀୟ ସୂଚନା ଫଳକ ନଥିବା କାରଣରୁ ଗତ ବର୍ଷେ ଭିତରେ ଶହେରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନହାନି ହୋଇଥିବା ସହ ଅନେକ ପରିବାର ଉଜୁଡି ଯାଇଥିବା ନଜିର ଅଛି । ହେଲେ ରାଜପଥ କର୍ତ୍ତୃପକ୍ଷ ବେଫିକର ରହିବା ଘଟଣାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି ।