ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସ ପାଳନ

 ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ:  ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଜୟନ୍ତୀ ପାଠାଗାର ଦ୍ୱାରା ପରିଚାଳିତ ବରିଷ୍ଠ ନାଗରିକ ଆବାସିକ ଗୃହ ପରିସରରେ ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ଏଥିରେ ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ଅଧ୍ୟକ୍ଷତା କରିଥିଲେ । ଅତିଥି ଆଲୋଚକ ଭାବେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, ବିଡିଓ ଅବନୀକାନ୍ତ ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଡ.ରୁଦ୍ରନାରାୟଣ ପୃଷ୍ଟି ଓ ସ୍ଥାନୀୟ ସରପଞ୍ଚ ବିକ୍ରମ ବେହେରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ଅଧିକାର ଏବଂ ସେମାନେ କିପରି ଅନୁଭୂତି ସମ୍ପର୍ଣ୍ଣର୍ ଓ ଅନୁକରଣୀୟ ତାହା ବର୍ଣ୍ଣନା କରିବା ସହିତ ସେମାନଙ୍କ ଭଲ ମନ୍ଦରେ ରାଷ୍ଟ୍ର ସେମାନଙ୍କ ସହିତ ରହିଛି ବୋଲି କହିଥିଲେ । ପାଠାଗାରର ସଭାପତି ସତ୍ୟସୁନ୍ଦର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ସରୋଜିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର କର୍ମଚାରୀ ଏବଂ ବରିଷ୍ଠ ଆବାସିକ ଗୃହର କର୍ମଚାରୀ ସହଯୋଗ କରିଥିଲେ ।