ଆଇନ ସଚେତନତା ଶିବିର ଅନୁଷ୍ଠିତ

 ନୂଆପଡା : ନୂଆପଡା ସଦର ମହକୁମାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ  ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେକ୍ରେଟାରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନବନିତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଆର୍ ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାଭାବେ ଏଡଭୋକେଟ ଗୌରିଶଙ୍କର ଶତପଥି,  କୁମୁଦ କୁମାର୍ ହୋତା ଏବଂ ସଖି କେନ୍ଦ୍ର ପରିଚାଳିକା ତପସ୍ୱିନୀ ପଣ୍ଡା ନିଜର ମତ ରଖିଥିଲେ ।  ଏହି ସଚେତନତା ଶିବିରରେ ଜିଲ୍ଲାର ସମସ୍ତ ତହସିଲଦାର, ବିଭିନ୍ନ ପୋଲିସ୍ ଅଧିକାରୀ,  ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।