କାଳ ବୈଶାଖୀରେ ଭାଙ୍ଗିଲା ଘର, ଜଣେ ଗୁରୁତର
ନୀଳଗିରି : ନୀଳଗିରି ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ନୀଳଗିରି ବ୍ଲକର ଛତ୍ରପୁର ପଞ୍ଚାୟତ କାଦୁଆଣୀ ଗ୍ରାମର ରବି କିସ୍କୁଙ୍କ ଆସ୍ଥାୟୀ ଘରର କାନ୍ଥ ଭାଙ୍ଗିଯାଇ ଘରେ ଥିବା ତାଙ୍କ ସ୍ତ୍ରୀ ଉପରେ କାନ୍ଥ ପଡିଯାଇ ଗୁରୁତର ହୋଇଥିଲେ । ପରିବାର ଲୋକେ ଏବଂ ପଡୋଶୀ ତାଙ୍କୁ ଉଦ୍ଧାର କରି ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇ ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମେଡିକାଲରେ ପହଞ୍ଚô ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଥିଲେ । ସେହିପରି ନୀଳଗିରି ଏନ୍ଏସି ସାମ୍ନା ବହୁ ପୁରାତନ ଗୋପବନ୍ଧୁ ଛାତ୍ରାବାସ ପଛ ପଟେ ଥିବା ଏକ ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା । ଏଥିରେ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିବା ବେଳେ ଛାତ୍ରାବାସ ଛୁଟିଥିବାରୁ ଛାତ୍ରମାନେ ବିପଦ ମୁଖରୁ ବର୍ତ୍ତିଯାଇଥିଲେ ।