ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିରାପତ୍ତା ସଚେତନତା ଦିବସ

 ପାରାଦ୍ୱୀପ  : କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ଇଣ୍ଡିଆ) ପକ୍ଷରୁ ଏପ୍ରିଲ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ର ସ୍ଥାନଗୁଡିକରେ ବିଶ୍ୱ ଇସ୍ପାତ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ପ୍ରୋସôାହିତ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ପାରାଦ୍ୱୀପ ପେଲେଟ୍ପ୍ଲାଣ୍ଟ ଏବଂ ଡାବୁନାସ୍ଥିତ ବେନିଫିସି ଏସନ୍ପ୍ଲାଣ୍ଟରେ ଅନୁଷ୍ଠିତ ହୋଇଥିଲା ।
ଏନେଇ ଏକ ନିରାପତ୍ତା ସଂସ୍କୃତି ଉପରେ ଧ୍ୟାନ କେନ୍ଦ୍ରିତ କରି ସ୍ୱାସ୍ଥ୍ୟ ଏବଂନିରାପତ୍ତା ଉପରେ ଏକାଧିକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହାର ଉଦେ୍ଦଶ୍ୟ ଏଏମ୍/ଏନ୍ଏସ୍ଇଣ୍ଡିଆର ସମସ୍ତ କାର୍ଯ୍ୟକ୍ଷମ ସ୍ଥାନରେ ସମାନ ନିରାପତ୍ତା ସଂସ୍କୃତି ସୃଷ୍ଟି କରିବା ଏବଂ ଆପଦ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବା  । ସୁରକ୍ଷା ଟିମ୍ ଏକ ସାମୁହିକ ରକ୍ଷଣା ବେକ୍ଷଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଏବଂ ଉଭୟ ପ୍ଲାଣ୍ଟ ସ୍ଥାନରେ କର୍ମଚାରୀ ଏବଂ ସହଯୋଗୀଙ୍କ ପାଇଁ କୁଇଜ୍ପ୍ର ପ୍ରତିଯୋଗିତା ଆୟୋଜନ କରିଥିଲେ । କର୍ମଚାରୀ ମାନେ ମଧ୍ୟ ନିରାପତ୍ତା ସମ୍ବନ୍ଧୀୟ ଶପଥ ନେବା ସହ ନିରାପତ୍ତାକୁ ସବୁଠାରୁ ଗୁରୁତ୍ୱ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦିତିୟ ଦିନରେ ଉଭୟ ପ୍ଲାଣ୍ଟରେ ବିପଦ ସନ୍ଧାନ, ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗିତା, କବିତା ଓ ପ୍ରବନ୍ଧ ଲେଖା ପ୍ରତିଯୋଗିତା, ଉଦ୍ଧାର କାର୍ଯ୍ୟ ଉପରେ ନାଟକ ଭଳି ଦଳଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନସଚେତନତା ସୃଷ୍ଟିକରିଥିଲା । ଏଥିରେ ବରିଷ୍ଠ ନେତୃବୃନ୍ଦ, କର୍ମଚାରୀ, ସହଯୋଗୀ ଓ ଅଂଶୀଦାରମାନଙ୍କୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା  । ଏହି ସମାରୋହରେ କର୍ମଚାରୀ ମାନେ ଆଲୋଚନା କରିବା ସହ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।