କାଳିଆର ଏକାଦଶାହ
ଭୁବନେଶ୍ୱର : ଆମ ଗାଁ ଡମଣାରେ ଦୀର୍ଘ ୨୫ବର୍ଷ ଧରି ଲୀଳାଖେଳା କରୁଥିବା ବୃଷଭ (କାଳିଆ) ଗତ ୨୬ ତାରିଖ ଜାଗର ରାତ୍ରିରେ ତାର ଇହଲୀଳା ସମ୍ବରଣ କରି ସମସ୍ତ ଡମଣା ଗ୍ରାମବାସୀଙ୍କୁ ଛାତି ଆରପାରିକୁ ଚାଲିଯାଇଛି । ଆମ୍ଭେମାନେ ବଡ଼ ମର୍ମାହତ ଆମ ସାଙ୍ଗରେ ଛୁଆ ଦିନରୁ ଦୀର୍ଘ ପଚିଶ ବର୍ଷ ହେଲା ଚଳି ଆସୁଥିବା ପ୍ରଭୁ ଶ୍ରୀ ଶ୍ରୀ କପାଳ ଲୋଚନଙ୍କ ବାହାନ ବୃଷଭ ( କାଳିଆ ) ପବିତ୍ର ଜାଗର ଦିନ ମହାଦୀପ ଉଠିବା ପରେ ପରେ ଆମ ମାନଙ୍କୁ ଛାଡି ଚାଲିଯାଇଛି । । ଆମ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ସମ୍ପୂର୍ଣ୍ଣ ହିନ୍ଦୁ ରିତି ନିତି ଅନୁସାରେ ଅନ୍ତିମ ସଂସ୍କାର କରାଯାଇଛି । ଆଜି କାଳିଆ ର ଅମର ଆତ୍ମାର ସଦଗତି ପାଇଁ ଏକାଦଶ କର୍ମ କରାଯାଇ, ଶୋକସଭା , ନିରବ ପ୍ରାର୍ଥନା, ଭଜନ ପରିବେଷଣ ସହିତ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ଶୋକାକୁଳ ପରିବେଶକୁ ମନେ ରଖିବା ତଥା ତାର ଆତ୍ମାର ସଦଗତି ନିମନ୍ତେ ଆମେ ସମସ୍ତେ ଡମଣା ଗ୍ରାମବାସୀ ତାର ଅନ୍ତେଷ୍ଟିକ୍ରିୟାର ସମାପନ ଯଥା ଦଶାହ କ୍ରିୟା ଏକାଦଶାହ କ୍ରିୟା କରିଅଛୁ । ପରିଚାଳନାରେ ସୀମାନ୍ତ ପୃଷ୍ଟି, ମନୋରଞ୍ଜନ କାସ୍ତ, ପିତାମ୍ବର ସାହୁ, ଅନନ୍ତ ସାହୁ, ବିଜୟ ସାହୁ, ଶ୍ରୀଧର ସାହୁ, ସର୍ବେଶ୍ୱର ପରିଡା ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।