ଯାଦବ ମହାସଭା ପକ୍ଷରୁ ଦୋଳ ଉସବ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଦୋଳ ଉସôବ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଭାକର ପଲେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କେୟାରବାଙ୍କ ଗୋପାଳ ମାନଙ୍କର ବଡପର୍ବ ଡାଳିବୁଡା, କଳସ ଯାତ୍ରା କରିବା ସହ କାଠି, ଲଉଡି ଖେଳ ଓଗାଳ ସଭାର କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି କରାଯାଇଥିଲା । ୨ଦିନ ଧରି ଏହି କାର୍ଯ୍ୟକ୍ରମରେ ଦୋଳ ପୂର୍ଣ୍ଣିମା ପର୍ବକୁ ମହା ଆଡମ୍ବର ରେ ପଳନ କରାଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଯୁବକ, ଯୁବତୀ ମହିଳାଙ୍କ ସମେତ ପ୍ରଦିପ ଦାସ, ଆକୁଳି ଦାସ, ଅନ୍ତର୍ଯ୍ୟାମୀ ଦାସ, କେଳୁ ଚରଣ ଦାସ ପ୍ରମୁଖ ଏହି ଉସôବରେ ଯୋଗ ଦେଇଥିଲେ ।