ବାଲି ଚୋରାଚାଲାଣ ରୋକିବାରେ ପ୍ରଶାସନ ବିଫଳ
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅଞ୍ଚଳରେ ବାଲିମାଫିଆମାନେ ସକ୍ରିୟ ହୋଇ ବାଲିଘାଟ ଗୁଡ଼ିକରୁ ବେଆଇନ ଭାବେ ବାଲି ରାତିରେ ଜେସିବି ସାହାଯ୍ୟରେ ହାଇୱାରେ ଲୋଡ଼ିଙ୍ଗ କରି ମାର୍କେଟ ଦାମ୍ ଠାରୁ ଦୁଇ ଗୁଣା ଅଧିକା ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଦଶ ଚକିଆ ହାଇୱା ଗାଡିରେ ଏ ଅଞ୍ଚଳରେ ବାଲି ଏକ ମାସ ଆଗରୁ ସାତ ହଜାରେରୁ ଆଠ ହଜାରେ ଟଙ୍କାରେ ମିଳୁଥିବାବେଳେ ଏବେ ପନ୍ଦର ହଜାର ଟଙ୍କାରୁ ଷୋଳ ହଜାର ଟଙ୍କାରେ ବିକ୍ରି ହେଉଥିବା ଗୁରୁତର ଅଭିଯୋଗ ହେଉଛି । ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ବାଲି ମାଫିଆମାନେ ବାଲିଘାଟ ଗୁଡ଼ିକରୁ ବାଲି ବିକ୍ରି କରିବା ପାଇଁ ସରକାରଙ୍କ ପାଖରେ କୁଆଡ଼େ ଟଙ୍କା ଡିପୋଜିଟ କରିନାହାନ୍ତି । କିନ୍ତୁ ମାସିକିଆ ଚାନ୍ଦା ଦେଇ ବାଲି ମାଫିଆମାନେ ନିର୍ଭୟରେ ବାଲି ଘାଟରୁ ବାଲି ଉଠାଇ ବିଭିନ୍ନ ସ୍ଥାନରେ ବାଲି ପକାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ସରକାରଙ୍କର ରାଜସ୍ୱହାନୀ ହେଉଥିବାବେଳେ ଅଧିକାର ମାନଙ୍କର ପକେଟ୍ ଗରମ ହେଉଥିବା କୁହାଯାଉଛି । ତେବେ ବାଲି ଘାଟ ଗୁଡ଼ିକ ନ ଖୋଲି ଚାଲାଣ ନ କାଟି ଚୋରାରେ ବାଲି ମାଫିଆମାନେ ବାଲି ସପ୍ଲାଇ କରୁଥିବାରୁ ଗାଡି ମାଲିକ ଓ ଛୋଟ ବଡ଼ ଶିଳ୍ପ କରିଥିବା ଆଉ ବାଲି ଉପରେ ନିର୍ଭରଶୀଳ ଥିବା ଉଦ୍ୟୋଗପତିମାନେ କାରଖାନା ବନ୍ଦ କରି ଦେଇଥିବାରୁ ଶ୍ରମିକମାନେ ଦୁର୍ଦ୍ଦିନରେ ରହିଥିବା ଅଭିଯୋଗ ହେଉଛି । ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ସମ୍ପର୍କରେ ରିପୋର୍ଟ ନେବାରୁ ଜଣାପଡିଛି ଯେ, ସରକାର ବଦଳି ବା ପରେ ବାଲିଘାଟ ଗୁଡ଼ିକ ନିଲାମ ନେଇଥିବା ଠିକାଦାରମାନେ କାହିଁକି କେ ଜାଣି ବାଲିଘାଟ ଗୁଡ଼ିକରୁ ବାଲି ଉଠାଇ ନେବାକୁ ଟଙ୍କା ଡିପୋଜିଟ ନ କରି ବାଲିଘାଟ ଗୁଡ଼ିକ ବେଆଇନ ଭାବେ ଚଳାଉଥିବାରୁ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଗାଡି ଡ୍ରାଇଭର ଗୁଡିକୁ ଜବତ କରି କୋର୍ଟ ଚାଲାଣ କରିଥିଲେ । କିଛି ଦିନ ପରେ ବାଲିମାଫିଆମାନେ ଜାମିନ୍ରେ ଆସି ଏବେ ଆଉ ଟଙ୍କା କୁଆଡ଼େ ଡିପୋଜିଟ କରୁନାହାନ୍ତି ବରଂ ଆଗ ଅପେକ୍ଷା ଆହୁରି ଅଧିକ ପରିମାଣର ବାଲିଘାଟ ମଧ୍ୟରୁ ବାଲି ଉଠାଇ ବିକ୍ରି କରୁଥିବା ଅଭିଯୋଗ ହେଉଛି । ତେବେ ଛେଣ୍ଡିପଦା ତହସିଲ୍ ଅଞ୍ଚଳର ବାଲି ସଂତ୍ରା ବନ୍ଧ ଦେଇ ଟାକୁଆ ଓ କଣିହାଁ ତହସିଲ ଅନ୍ତର୍ଗତ ବଇଣ୍ଡା ଦେଇ ବଡ଼ ଗୁଣ୍ଡୁରି ପର୍ଯ୍ୟନ୍ତ ପ୍ରାୟ ଦିନ ଯାଉଥିବା ବେଳେ କେହି କିଛି କହୁନଥିବାର କାରଣ ଆଉ ଅଛପା ରହି ପାରୁନାହିଁ । ତେବେ ଛେଣ୍ଡିପଦା ତହସିଲ୍ ଆଉ କଣିହାଁ ତହସିଲ୍ ବାଲି ଘାଟ ଗୁଡ଼ିକ ପାଖା ପାଖି ହୋଇଥିବାରୁ ଆଉ କୁଆଡେ ସବୁ ଘାଟ ଗୁଡ଼ିକ ଗୋଟିଏ ଗ୍ରୁପର ହୋଇଥିବାରୁ ସବୁ ଘାଟରେ ସେହି ଏକା ପ୍ରକାରର ରୁଲ୍ ଆଉ ସମାନ ଦାମ ଆଉ ବିନା କାଗଜ ପତ୍ରରେ କାରବାର ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ଅନ୍ୟପକ୍ଷରେ ବାଲି ନ ମିଳିବାରୁ ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ଗୁଡିକ ଅଧାରେ ଥିବାବେଳେ ସରକାରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏଥିଯୋଗୁଁ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି କାର୍ଯ୍ୟ ଦିଗହରା ହେଉଥିବାବେଳେ ବାଲି ଉପରେ ନିର୍ଭରଶୀଳ ଥିବା କଂପାନୀ ମଧ୍ୟ ନାନାଦି ଅସବୁିଧାର ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ ମହାଲକ୍ଷ୍ମୀ ଫ୍ଲାଏ ଆସ ବ୍ରିକ୍ସ ତରଫରୁ ଜିଲ୍ଲାପାଳ ଅନୁଗୋଳ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ ଅନୁଗୋଳ, ଏସପି ଅନୁଗୋଳ, ଡିଆଇଜିଏନ୍ସିଆର ତାଳଚେର, ବିଡିଓ, ତହସିଲ୍ଦାର, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।