ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ
ବରଗଡ଼ : ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଯଦୁମଣି ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟସେବାରେ ସେବିକାମାନ ଭୂମିକା ବିଷୟରେ ବୁଝାଇ କହିବା ସହ କହିଥିଲେ ଆଜିର ଯୁଗରେ ଲୋକମାନେ ନିଜ ପରିବାର ରୋଗୀ/ପୀଡ଼ିତମାନଙ୍କର ସେବାଯନô ନେବାକୁ କଷ୍ଟ ମନେ କରନ୍ତି, ସେବିକାମାନେ ନିଜର ଡାକ୍ତରୀ ସେବା, ଯନô ଓ ଶୁଶ୍ରୁଷା ଦ୍ୱାରା ରୋଗୀକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏବେ ଡାକ୍ତରୀ ଚିକିସôାରେ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଯନ୍ତ୍ରପାତି, ଉପକରଣ, ବିଶେଷ ଚିକିସôା ଗୃହ ଯଥା ଆଇସିୟୁ, ଏନ୍ଆଇସିୟୁ, ଭେଣ୍ଟିଲେଟର, ମନିଟର, ଅପରେଶନ ଥିଏଟର (ଓଟି), ସ୍ପେଶିଆଲାଇଜ୍ଡ ଏବଂ ସୁପର ସ୍ପେଶିଆଲାଇଜ୍ଡ ଓଟି ଓ ଆହୁରି ଅନେକ କ୍ଷେତ୍ରରେ ନର୍ସ ବା ସେବିକାମାନଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ, ଅପରିହାର୍ଯ୍ୟ ଓ ନିର୍ଣ୍ଣାୟକ ଅଟେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଆଦିତ୍ୟ ଗୋୟଳଙ୍କ ସମେତ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡ଼ ପ୍ରଶାନ୍ତ କିଶୋର ଦାଶ ଏବଂ ଜିଲ୍ଲା ନର୍ସିଙ୍ଗ ସୁପାରିଟେଣ୍ଡେଣ୍ଟ ବାଲମତି ଇକା ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାରେ ଉକ୍ରୃଷ୍ଟ କାର୍ଯ୍ୟ କରୁଥିବା ୩ ଜଣ ନର୍ସିଂ ଅଫିସର ଯଥା ଅମ୍ବିକା ଖମାରି, ସୁଭଦ୍ରା ଦୋରା ଏବଂ ସାବିତ୍ରୀ କାନେ୍ଧରଙ୍କୁ ଉସôାହିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ସମ୍ମାନିତ କରିଥିଲେ ।