ପ୍ରାର୍ଥନା ଗୃହ ନିର୍ମାଣ ବିଳମ୍ବ ନେଇ ଜନଅସନ୍ତୋଷ
ଖଣ୍ଡପଡ଼ା : ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମର ପ୍ରଭୁ ଶ୍ରୀଲଡୁକେଶ୍ୱରଜୀଉଙ୍କ ମନ୍ଦିର ପରିସରରେ ଏକ ପ୍ରାର୍ଥନା ଗୃହ ନିର୍ମାଣ କାର୍ଯ୍ୟ ଗତ ୧୮ ମାସ ଧରି ମନ୍ଥର ଗତିରେ ଚାଲିଥିବା ଜଣାପଡିଛି । ପ୍ରକାଶଥାଉକି, ୨୦୨୪-୨୫ ଆର୍ଥିକ ବର୍ଷରେ ଉକ୍ତ ପ୍ରାର୍ଥନା ଗୃହର ଛାତ, କାନ୍ଥ, ଓ ଚଟାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେବି ଅନେକ କାର୍ଯ୍ୟ ବାକିଥିବା ଜଣାପଡିଛି । ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ ପ୍ରାର୍ଥନା ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ପଞ୍ଚାୟତ ଅନୁଦାନ ପାଣ୍ଠିରୁ ଏହି କାର୍ଯ୍ୟ ନିମନ୍ତେ ୪ଲକ୍ଷ ୫୯ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ ପ୍ରାର୍ଥନା ଗୃହ ନିର୍ମାଣରେ ଅଯଥା ବିଳମ୍ବ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି ।