ବେଆଇନ ମଦ କାରଖାନାରେ ଚଢ଼ଉ 

 ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ପକ୍ଷରୁ ବଡସାହି ଯଦୁନାଥ ପୁର ଠାରେ ଚଢ଼ାଉ କରାଯାଇ ବେଆଇନ ଦେଶୀମଦ କାରଖାନାକୁ ନଷ୍ଟ କରାଯିବା ବେଆଇନ ମଦ ତିଆରି ସାମଗ୍ରୀ ସବୁ ଜବତ କରାଯାଇଛି । ସୂଚନା ଅନୁସାରେ ବେତନଟୀ ଅବକାରୀ ବିଭାଗ ଇନିସ୍ପେକ୍ଟର ପ୍ରକାଶ ସାହୁଙ୍କ ନେତୃତ୍ୱରେ ଏକ ଟିମ ବଡ଼ସାହି ଯଦୁନାଥପୁର ଯାଇ ଚଢ଼ାଉ କରିଥିଲା । ସେଠାରେ ୪୨୦୦ ମଦ ପୋଚ ଓ ୧୭୭ ଲିଟର ଦେଶୀ ମଦ ଜବତ ସହ ମଦ ତିଆରି ସାମଗ୍ରୀ ସବୁ ଜବତକରାଯାଇଛି । କୌଣସି ସୂତ୍ରରୁ ଖବର ପାଇଁ ସେହି ଦେଶୀ ମଦ କାରଖାନରେ କାର୍ଯ୍ୟରତ କର୍ମଚାରୀ ମାନେ ଚମ୍ପଟ ମାରିଛନ୍ତି ।