କୃଷି ବିଜ୍ଞାନ କେନ୍ଦ୍ରର ଉପଦେଷ୍ଟା ମଣ୍ଡଳୀବୈଠକ
ବ୍ରହ୍ମପୁର : କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୨ ର ଚତୁର୍ଦ୍ଦଶ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଂପ୍ରସାରଣ ର୍ନିେଶାଳୟ(ଓୟୁଏଟି) ର ସଂପ୍ରସାରଣ ଡିନ୍ ପ୍ରାଧ୍ୟାପକ ପ୍ରସନ୍ନଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୁଜିତ୍ କୁମାର ନାଥ କେନ୍ଦ୍ରର ବର୍ଷ ସମ୍ପର୍ଣ୍ଣ ହୋଇ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଆସନ୍ତା ବର୍ଷ ର ଖସଡା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ବୈଠକଟି କୁ ସଂପ୍ରସାରଣ ଯୁଗ୍ମ-ନିଦେ୍ର୍ଦଶକ ଡ.ପ୍ରଶାନ୍ତ କୁମାର ମହାନ୍ତି ପରିଚାଳନା କରିଥିଲେ । କଲକତା ଅଟାରୀର ମୂଖ୍ୟ ବୈଜ୍ଞାନିକ ଡ. ଅଭିଜିତ ହାଲ୍ ଦାର ଓ ଚେସ୍ ଭୁବନେଶ୍ୱରର ଡ. ଶ୍ରୀନିବାସନ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରଫେସର ମସô୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ ଉଦଗାତା, ଓୟୁଏଟି ପୁଷ୍ଟି ଶସ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ ପବିତ୍ର ମୋହନ ମହାପାତ୍ର, ଆଞ୍ଚଳିକ ଗବେଷଣା କେନ୍ଦ୍ର, ଫୁଲବାଣୀର ବରିଷ୍ଠ ବୈଜ୍ଞାନିକ ଡ. ଦେବେନ୍ଦ୍ର କୁମାର ଦେବତା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ର କାର୍ଯ୍ୟାବଳୀ ଉପରେ ମତ ରଖିଥିଲେ । ରଙ୍ଗେଇଲୁଣ୍ଡା ବ୍ଲକର ଅଗ୍ରଣୀ ଯୁବ ଚାଷୀ ହେମାନନ୍ଦ ଦାସ, ଚିକିଟି ବ୍ଲକର ପିଣ୍ଟୁ ପ୍ରଧାନ, ଜି. ଛାୟା, କୁକୁଡ଼ାଖଣ୍ଡି ବ୍ଲକର ମାନସ ଜେନା, ହିଞ୍ଜିଳି ବ୍ଲକ୍ର କାଳୁ ଦଳାଇ, ଝୁମର୍ ଦଳାଇ ଆଲୋଚନାରେ ଅଂଶଗ୍ରହଣ କରି ଚାଷୀମାନଙ୍କ ସମସ୍ୟା ଉପରେ ମତ ରଖୁଥୁଲେ ଓ ଜିଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଜଳଛାୟା ପ୍ରକଳ୍ପର ନିଦେ୍ର୍ଦଶକ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମସô୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ଉଦ୍ୟାନ ସହକାରୀ ନିଦେ୍ର୍ଦଶକ ସୁବାସ ଚନ୍ଦ୍ର ପଣ୍ଡା, ପ୍ରାଣୀ ଚିକିସôା ଅଧୂକାରୀ ପ୍ରସନ୍ନ କୁମାର ଦାସ, ନାବାର୍ଡ ଅଧୂକାରୀ ସଞ୍ଜୀବ ମିଶ୍ର, ଆକାଶବାଣୀ ବ୍ରହ୍ମପୁର ର ନିଦେ୍ର୍ଦଶିକା ଅମିତା ଦାସ, କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ଓ ଗଜପତି ର ବରିଷ୍ଠ ବୈଜ୍ଞାନିକ ଡ. ସୂତନୁ ଶତପଥୀ ଓ ଡ. ସଂଗ୍ରାମ ପରମଗୁରୁ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମ୍ୟାନେଜର ହୃଷୀକେଶ ବେହେରା, ଭିଉଜ୍ ଏନ୍ଜିଓର କର୍ମକର୍ତ୍ତା ଓ ଉଜ୍ଜଳେଶ୍ୱର କୃଷକ ଉତ୍ପାଦକ ସଂଘ ର ଆଶିଷ କୁମାର ପ୍ରଧାନ, ଇଫ୍କୋର ସୌଭାଗ୍ୟ ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଦେବାଶିଷ ଷଡ଼ଙ୍ଗୀ, ସନ୍ଦୀପ ମାହାନ୍ତି, ଡ. ସିଦ୍ଧାର୍ଥ ଶଙ୍କର ଦାସ, ସସ୍ମିତା ପ୍ରିୟଦର୍ଶିନୀ, ରବି ନାରାୟଣ ମିଶ୍ର ନିଜ ନିଜ ବିଭାଗର କାର୍ଯ୍ୟାବଳୀ ଓ କାର୍ଯ୍ୟ ଖସଡା ଉପରେ ଆଲୋଚନା କରିଥିଲେ । ଇତି ଅବସରରେ କେନ୍ଦ୍ର ତରଫରୁ ନୂତନ କରି ବିକାଶ କରାଯାଇଥିବା ମୋବାଇଲ୍ ଆପ୍ କ୍ଷାର ପାଣିରେ କଙ୍କଡା ଚାଷ, କୃଷି ପତ୍ରିକା କିଆ ଫୁଲ ଏବଂ ବହି ଆମ୍ବ ଚାଷ ଚାଷୀ ମାନଙ୍କ ଉଦେ୍ଦଶ୍ୟରେ ଉନ୍ମୋଚିତ ହୋଇଥିଲା । ପରିଶେଷରେ ଉପସ୍ଥିତ ସଦସ୍ୟ ଗଣ କେନ୍ଦ୍ର ର ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ର ମାନ ବୁଲି ଦେଖିବା ସହିତ, ନୂତନ ରଙ୍ଗୀନ ମାଛ ପ୍ରଦର୍ଶନ କ୍ଷେତ୍ର ଏବଂ ବୁନ୍ଦା ଜଳସେଚନ ପଦ୍ଧତି କ୍ଷେତ୍ର ଉଦ୍ଘାଟନ କରିଥିଲେ ।