କେନାଲ କାମ ନହୋଇ ହରିଲୁଟ୍
କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା :
କେନାଲ କାମ ନ ହୋଇ ହୋଇଛି ଟଙ୍କା ହରିଲୁଟ । ଚେକ ମେଜରମେଣ୍ଟ ନହୋଇ ହୋଇଛି ମ୍ୟାଟେରିଆଲ ବିଲ ପେମେଣ୍ଟ । ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକରେ । ସାହାରପଡା ବ୍ଳକ ମଲ୍ଲାରପଦା ପଞ୍ଚାୟତ ଗ୍ରାମରେ ମଲ୍ଲାରପଦା ମହାନ୍ତ ସାହିଠାରୁ କଣ୍ଡରାବେଡା ପର୍ଯ୍ୟନ୍ତ କେନାଲ କାମ ନ ହୋଇ ମନରେଗା ଅର୍ଥ ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଚାଷ ଜମି ନ ଥାଇ କେନାଲ କାମ କରାଯାଇଥିବା ଦର୍ଶାଯାଇଛି । ଏ ନେଇ ଅଭିଯୋଗ ହେବା ପରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,କେନ୍ଦୁଝର ଲୋକପାଳ ବୃଷଭ ଚନ୍ଦ୍ର ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସାହାରପଡା ବ୍ଳକର ସହକାରୀ ଯନ୍ତ୍ରୀ ଇଂ ଲୋକନାଥ ନାଏକ, ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ, ପଞ୍ଚାାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକ, ଏପିଓ ମୋନାଲିସା ସାମଲ, ଜିଆରଏସ୍ ନିହାର ରଞ୍ଜନ ରାଜ୍ ମନରେଗା ଲୋକପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି । ଉକ୍ତ କାମର କେସ ରେକର୍ଡ,ଏମବି ବୁକ୍,ଡିମାଣ୍ଡ ଫର୍ମ,ମଷ୍ଟରରୋଲ ଏବଂ ଅନ୍ୟ ସମସ୍ତ କାଗତପତ୍ର ଦେବାକୁ ଲୋକପାଳ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ତାଙ୍କ ସମୟରେ ଉକ୍ତ କାମ ନ ହୋଇଥିବା ଲିଖିତ ଭାବେ ସହକାରୀ ଯନ୍ତ୍ରୀ ଇଂ ଲୋକନାଥ ନାଏକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକ ଜଣାଇଛନ୍ତି । ଉକ୍ତ କାମରେ ଦୁର୍ନିତୀ ଲୋକ ଲୋକଲୋଚନକୁ ଆସିବା ପରେ ଏହି କାମର କେସ ରେକର୍ଡ, ଏମବି ବୁକ୍, ଡିମାଣ୍ଡ ଫର୍ମ, ମଷ୍ଟରରୋଲ କାହା ପାଖରେ ରହିଛି ତାହା ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମାବାସୀମାନେ ଦାବି କରିଛନ୍ତି । ଚେକ ମେଜରମେଣ୍ଟ ନ ହୋଇ ମ୍ୟାଟେରିଆଲ ବିଲ ପେମେଣ୍ଟ କରାଯାଇଛି । ସରପଞ୍ଚ ଏବଂ ପିଇଓ ଙ୍କ ନାମରେ ଡିଏସ୍ସି ଥିଲେ ମଧ୍ୟ ବେଆଇନ ଭାବେ ଏପିଓ ଏହାକୁ ବ୍ୟବହାର କରି ଡିଏସସି ରେ ଅନଲାଇନ ପେମେଣ୍ଟ କରୁଛନ୍ତି ଯାହାକି ବେଆଇନ ଅଟେ । ମନରେଗା ଲୋକପାଳ ବୃଷଭ ନାୟକ ତଦନ୍ତ ବେଳେ ଏହା ନଜରକୁ ଆସିଥିଲା । ସୂଚନାଯୋଗ୍ୟଯେ,୨୦୨୦-୨୧ ମସିହାରେ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆଇସି/୧୦୪୪୪୮୮୬ ରେ ଏକ ପ୍ରକଳ୍ପ ନିୟୁ୍ୟ କେନାଲ ମଲ୍ଲାରପଦା ମହାନ୍ତ ସାହି ଠାରୁ କନ୍ଦରବେଡା ପର୍ଯ୍ୟନ୍ତ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏହି କାମରେ ୨୩୬୩ ଶ୍ରମ ଦିବସ ସୃଷ୍ଟି କରାଯାଇ ଅଣ କୁଶଳୀ ଶ୍ରମିକ ମଜୁରୀ ବାବଦ ୫ଲକ୍ଷ ୬୦ହଜାର ଏବଂ ମ୍ୟାଟେରିଆଲ ବାବଦ ଏହି ପ୍ରକଳ୍ପରେ ୮୦ହଜାର ୪୧୬ ଟଙ୍କା ଦିଆଯାଇଛି । ଏହି ପ୍ରକଳ୍ପରେ ମୋଟ ୬ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏପରିକି କେନାଲ କାମରେ ବାଲି, ସିମେଣ୍ଟ,ଚିପ୍ସ ବ୍ୟବହାର ନହୋଇ ବିଲ ପ୍ରସ୍ତୁତ ହୋଇ ଟଙ୍କା ପଇଠ କରାଯାଇଛି । ବିନା ସୂଚନା ଫଳକରେ କାମ କରାଯାଇଛି । ୩ ବର୍ଷ ହେବ କେନାଲ କାମ ଶେଷ ହୋଇନଥିବାବେଳେ ଏବେ ମଧ୍ୟ ଅସମ୍ପୂର୍ଣର୍ ରହିଛି । ମନରେଗାରେ ୧ବର୍ଷ ମଧ୍ୟରେ କାମ ଶେଷ କରିବାର ନିୟମ ଥିଲେ ମଧ୍ୟ ବର୍ଷ ବର୍ଷ ଧରି କେନାଲ କାମ ଶେଷ ହେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଉକ୍ତ ସମୟରେ ପଞ୍ଚାୟତର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମନୋଜ ରାଉତରାୟ କହିଛନ୍ତି ଯେ ଏଷ୍ଟିମେଟ ଅନୁଯାୟୀ କାମ କରାଯାଇଛି । ମନରେଗା ଲୋକପାଳ ବୃଷଭ ଚନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ଯାଂଚ କରାଯାଉଛି । ଅନୀୟମିତତା ଧରାପଡିଲେ ଦୋଷୀଙ୍ତକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନିୟମିତା ଳୋକ ଲୋଚନକୁ ଆସିବା ପରେ ଜିଆରଏସ, କନିଷ୍ଠ ଯନ୍ତ୍ରୀ, ଏପିଓ, ସରପଞ୍ଚ ଏବଂ ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ମନରେଗା ଯୋଜନାରେ ସାହାରପଡା ବ୍ଲକରେ କୋଟି ଖର୍ଚ୍ଚ ହୋଇଥିଲେ ଅନେକ ପ୍ରକଳ୍ପ କାମ ନହୋଇ ହରିଲୁଟ ହୋଇଛି । କେନ୍ଦୁଝର ପରି ଏକ ଆଦିବାସୀ ଅଧୁ୍ୟଷିତ ଜିଲ୍ଲାରେ ଉଚ୍ଚପଦସ୍ତ ଅଧିକାରୀମାନଙ୍କ ଉପଯୁକ୍ତ ତଦାରଖ ଅଭାବ, ପ୍ରକଳ୍ପ ଚୟନ ସମୟରେ ବାସ୍ତବତାକୁ ଗୁରୁତ୍ୱ ନଦେବା କାରଣରୁ ଏହି ଯୋଜନା ବାଟବଣା ହୋଇଛି । ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ଏହା ଏବେ କାମରେ ଆସୁ ନଥିବା ଜଣାପଡିଛି । ବିଶେଷ କରି ପୋଖରୀ ପୁନଃରୁଦ୍ଧାର, କେନାଲ, ଖେଳପଡିଆ ଉନ୍ନତିକରଣ, ଚାଷ ଜମି ଉନ୍ନତିକରଣ, ଜଳ ସଂରକ୍ଷଣ, ମୂର୍ତ୍ତକା ସଂରକ୍ଷଣ ଆଦି ପ୍ରକଳ୍ପ ରେ ବ୍ୟାପକ ଦୁର୍ନିତୀ ହୋଇଥିଲେ ହେଁ ମନରେଗା ଲୋକପାଳଙ୍କ