ଚୋରି ସାମଗ୍ରୀ ଜବତ; ଚୋର କୋର୍ଟ ଚାଲାଣ
ଯାଜପୁର ଟାଉନ : ଯାଜପୁର ପୌରପାଳିକାର କିଲାଘାଟ ମାର୍କେଟ କମ୍ପ୍ଲେକ୍ସରୁ ଜାନୁଆରୀ ମାସ ୧ ତାରିଖ ଦିନ ପରିବାର ଦୋକାନରୁ ହୋଇଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ଯାଜପୁର ଥାନା କେସ୍ ନଂ୦୩/୨୦୨୫ ୩୩୧(୪)/୩୦୫ (କ) ଭାରତୀୟ ନ୍ୟାୟ ସଂହିତା ଧୋରା ଅନୁଯାଇ ରୁଜୁ ହୋଇ ଅନୁସନ୍ଧାନ ଜାରିରଖିଥିଲା । ଏତଲା ଅନୁଯାଇ ଆଙ୍କୁଲା ଗ୍ରାମର ପରମାନନ୍ଦ ମିଶ୍ରଙ୍କ ପ୍ରସନ୍ନ ମିଶ୍ର ତାଙ୍କ ଦୋକନାରୁ ଉକ୍ତ ଦିନ ରାତି ପ୍ରାୟ ୧ଟା ସମୟରେ କୌଣସି ଦୁର୍ବୁତ ତାଙ୍କ ଦୋକାନ ଭାଙ୍ଗି ୨୩ହଜାର ଟଙ୍କା ଓ ନିକଟରେ ଥିବା ସେକ ଜାହାଙ୍ଗିରଙ୍କ ଦୋକାନରୁ ୨୦ହଜାର ଟଙ୍କା ଏବଂ ୮କାଟୁନ୍ ଅଣ୍ଡା ଚୋରି କରି ନେଇଯାଇଥିଲା । ଯାଜପୁର ପୁଲିସ ଅଧିକାରୀ ସୁବାଷ ଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଜାରି ରଖିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ ବିନ୍ଧାଣ ଗ୍ରାମର କୁଶ ଚନ୍ଦ୍ର ସାହୁଙ୍କ ପୁଅ ଜଇ ଓରଫ ବିଜୟ କୁମାର ସାହୁ (୩୦) ଉକ୍ତ ଦୋକନରୁ ସାମଗ୍ରୀ ସହିତ ନଗଦ ରାଶିଗୁଡିକୁ ଚୋରୀ କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି । ନିଶାସେବନ କରି ଏହି ଘଟଣା ଘଟାଇଛି ବୋଲି କହିବା ସହିତ ଉକ୍ତ ରାଶିରୁ ୫ହଜାର ଟଙ୍କା ତା ପାଖରେ ମହଜୁତ ଥିବା ନେଇ ଜଣାଇଥିଲା । ପୁଲିସ ଉକ୍ତ ଟଙ୍କା ଜବତ କରି ଆସାମୀକୁ ଏସଡିଜେଏମ ଙ୍କ କୋର୍ଟ ହଜାର କରିଥିଲେ । ବେଲ୍ ନାମଂଜୁର ହେବାରୁ ତାକୁ କୋର୍ଟ ଚାଲାଣ କରାଯାଇଛି ।