ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଗୁଡାରି/ରାୟଗଡ: ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ  ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ୍ କୁମାର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପଜିଲ୍ଲାପାଳ କିରନଦୀପ କୌର ସହୋତା, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିସôା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ  ଭି ସରୋଜିନୀ ଦେବୀ ପ୍ରମୁଖ ଯୋଗ ଦେଇ ଅଭିଯୋଗର ଶୁଣାଣି କରିଥିଲେ ।  ଆଜି ମୋଟ ୪୭ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ୩୮ଟି ବ୍ୟକ୍ତିଗତ, ୯ଟି ସାମୂହିକ, ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୧୦ଗୋଟି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦ଜଣଙ୍କୁ ମୋଟ ୮୮୦୦୦ ଟଙ୍କାର ଆର୍ଥôକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଡାରି ତହସିଲଦାର ପାଡାଲା ଅନୁରାଧା, ଗୁଡାରି ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣିର ବରିଷ୍ଠ ରାଜସ୍ୱ ସହାୟକ ଅଚୁ୍ୟତାନନ୍ଦ ଲିମା, କନିଷ୍ଠ ରାଜସ୍ୱ ସହାୟକ ଲୋପାମୁଦ୍ରା ଶିବିର ପରିଚାଳନା  କରିଥିଲେ ।